ଏନଏଚ୍‌-୨୬ରେ ଡକାୟତି ଉଦ୍ୟମ, ଦୁଇ ଗିରଫ

Aug 13, 2026 - 21:12
0 38
ଏନଏଚ୍‌-୨୬ରେ ଡକାୟତି ଉଦ୍ୟମ, ଦୁଇ ଗିରଫ

କୋକସରା: ୧୩l ୮( ଷ୍ଟାରନିୟୁଜ ଓଡିଶା )ଜାତୀୟ ରାଜପଥ ଏନଏଚ୍‌-୨୬ରେ ଡକାୟତି ଉଦ୍ୟମ କରୁଥିବା ଅଭିଯୋଗରେ କୋକସରା ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ କୋକସରା ଥାନା ଅନ୍ତର୍ଗତ ବଙ୍ଗୋମୁଣ୍ଡା ଗ୍ରାମର ଲୁଲୁ ଛତ୍ରିଆ ଓ ବିଶ୍ୱନାଥ ନାଏକ।
ପୋଲିସ ସୂଚନା ଅନୁଯାୟୀ, ଗତକାଲି ଏନଏଚ୍‌-୨୬ରେ ଡକାୟତି ଉଦ୍ୟମ କରୁଥିବା ସମୟରେ ପୋଲିସର ପେଟ୍ରୋଲିଂ ଟିମ୍‌ ଅଭିଯୁକ୍ତଦ୍ୱୟଙ୍କୁ କାବୁ କରିଥିଲା। ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ, ୩ଟି ଜୀବନ୍ତ ଗୁଳି ଓ ଗୋଟିଏ ମୋବାଇଲ ଫୋନ୍‌ ଜବତ କରାଯାଇଛି।
ଏହି ଘଟଣା ସମ୍ପର୍କରେ କୋକସରା ଥାନାରେ କେସ୍‌ ନମ୍ବର ୧୭୨/୨୦୨୬ରେ ମାମଲା ରୁଜୁ ହୋଇଛି। ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User