୨୧ତମ ରାଜ୍ୟ ସ୍ତରୀୟ ବାର୍ଷିକ କ୍ରୀଡ଼ା ଉତ୍ସବ ର ଶୁଭାରମ୍ଭ କରିଛି ଧବଳେଶ୍ୱର କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନ ମୋହନଗରୀ ।

Jan 19, 2026 - 19:21
Updated: 8 months ago
0 30
୨୧ତମ ରାଜ୍ୟ ସ୍ତରୀୟ ବାର୍ଷିକ କ୍ରୀଡ଼ା ଉତ୍ସବ ର ଶୁଭାରମ୍ଭ କରିଛି ଧବଳେଶ୍ୱର କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନ ମୋହନଗରୀ ।

କଳାହାଣ୍ଡି ଜିଲ୍ଲା, ମ. ରାମପୁର ତା. ୧୯/୦୧(ଷ୍ଟାର ନିୟୁଜ ଓଡିଶା )
ଏହି ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ ଦେଇଥିଲେ ମୋହନଗିରି ବିଜେପି ମଣ୍ଡଳ ସଭାପତି ଶ୍ରୀଯୁକ୍ତ ଖ୍ରୀଷ୍ଟ ଦତ୍ତ ରାଉତ ମହୋଦୟ ।।

ତତ୍ ସଙ୍ଗେ ଅନୁଷ୍ଠାନ ର ସଭାପତି ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ସାହୁ, ସମ୍ପାଦକ ଶ୍ରୀଯୁକ୍ତ ଦିବାକର ସାହୁ, ଉପ ସଭାପତି ଶ୍ରୀଯୁକ୍ତ ସୁଦାମ ସେଠ୍,ଆୟୋଜକ ସମ୍ପାଦକ ଶ୍ରୀଯୁକ୍ତ ଚନ୍ଦ୍ରଭାନୁ ବେହେରା ଙ୍କ ନେତୃତ୍ୱ ରେ ଖେଳ ଟି ସମ୍ପାଦନ ହୋଇଥିଲା ।।

ବରଗଡ଼ ବରପାଲି ପ୍ରଥମେ ଟସ୍ ଜିଣି ବୋଲିଙ୍ଗ ର ନିଷ୍ପତି ନେଇଥିଲା।। ନୟାଗଡ ଓଡୋଗାଁ ପ୍ରଥମେ ବ୍ୟାଟିଂ କରି ୧୫ ଓଭର ରେ ୧୦୮ ରନ୍ ସଂଗ୍ରହ କରି ଅଲ୍ ଆଉଟ୍ ହେଇଥିଲେ ।।
ବରପାଲି ୧୦୮ ରନ୍ କୁ ଚେଜ କରି ୫ ୱିକେଟ୍ ରେ ମ୍ୟାଚ୍ ବିଜୟ ହାସଲ କରିଥିଲା।।
 ବରପାଲି ର ବୋଲର ପ୍ରୀୟଂଶୁ ୩ ଓଭର ରେ ୨୮ ର ଦେଇ ୫ ୱିକେଟ୍ ଅକ୍ତିଆର କରି ମ୍ୟାନ ଅଫ୍ ଦି ମ୍ୟାଚ୍ ଘୋଷିତ ହେଇଥିଲେ ।।

ଶଶିକାନ୍ତ ମାଝୀ ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ଟୁକୁ ମହାନନ୍ଦ ସ୍କୋରର ଦାୟିତ୍ଵ ନିଭାଇଥିଲେ।। ଜୁବିନ ଲହଜଳ ଓ ଧୀରେନ୍ଦ୍ର ବିଶ୍ୱାଳ ଖେଳ ପରିଚାଳନା କରିଥିଲେ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User