ଅନଶନ ରୁ ଓହରିଲେ ଛାତ୍ର ପ୍ରତିନିଧି । ସମାଧାନ ର ପ୍ରତିଶୃତି ଦେଲେ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ କୂଳପତି
ଭବାନୀପାଟଣା ୨୧/୧୧(ଷ୍ଟାରନିୟୁଜ ଓଡିଶା )ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ସମସ୍ୟା କୁ ନେଇ ବାରମ୍ବାର ଅଭିଯୋଗ ପରେ ବି ସମାଧାନ ହେଉନଥିବା ଅଭିଯୋଗ ରେ ଅନଶନରେ ବସିଥିଲେ ଛାତ୍ରଛାତ୍ରୀ ଓ ଛାତ୍ରନେତା। ୧୬ ଦଫା ଦାବି ନେଇ ଅନଶନ ରେ ବସିଥିଲେ ।ଛାତ୍ରୀ ହଷ୍ଟେଲର ଖାଦ୍ୟରେ ପୋକ ଥିବା ଅଭିଯୋଗ ସହ ଶୌଚାଳୟର ଅପରିଷ୍କାର ପରିବେଶ ଓ ଦୁର୍ଗନ୍ଧକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ହୋମ୍ ସାଇନ୍ସ ବିଭାଗରେ ଲାବୋରେଟୋରି ନାହିଁ। କମ୍ପ୍ୟୁଟର ଲ୍ୟାବ୍ରେ ଅଚଳ ମେସିନ୍, କ୍ୟାଣ୍ଟିନ୍ ଅବ୍ୟବସ୍ଥା, ମେସ୍ ଖାଦ୍ୟର ସ୍ୱଚ୍ଛତା ଓ ହଷ୍ଟେଲ ସୁବିଧା ଭଳି ଅନେକ ସମସ୍ୟା ରହିଥିବା ଅଭିଯୋଗ ହୋଇଛି।ସମସ୍ତ ସମସ୍ୟାର ସମାଧାନ ପାଇଁ ଛାତ୍ର ସଂସଦ ପକ୍ଷରୁ କୁଳପତିଙ୍କୁ ୧୬ ଦଫା ସମ୍ବଳିତ ଦାବିପତ୍ର ଦିଆଯାଇଛି। ଦାବିଗୁଡ଼ିକର ତୁରନ୍ତ ସମାଧାନ ଓ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପଦକ୍ଷେପ ନେବାକୁ ଦାବି କରାଯାଇଛି। ଅନ୍ୟପଟେ, ଦାବି ପୂରଣ ନହେବାରୁ ଅନଶନରେ ବସିଥିଲେ ଛାତ୍ରଛାତ୍ରୀ ଓ ଛାତ୍ରନେତା। ଏନେଇ କୁଳପତି କହିଛନ୍ତି, ଯେଉଁ ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ ସମ୍ଭବ, ସେଗୁଡ଼ିକୁ ପ୍ରାଥମିକତା ଦିଆଯାଉଛି। ଶୌଚାଳୟ ସଫେଇ, ଖାଦ୍ୟର ମାନ ଓ ଲାଇବ୍ରେରୀ ସମସ୍ୟାର ସମାଧାନ କରାଯିବ। ହଷ୍ଟେଲ ସମସ୍ୟା ମଧ୍ୟ ଦୂର କରିବାକୁ ପଦକ୍ଷେପ ନିଆଯିବ। ପ୍ରତିଶୃତି ପରେ ଛାତ୍ରଛାତ୍ରୀ ଅନଶନରୁ ଓହରିଛନ୍ତି ବୋଲି କହିଛନ୍ତି।

What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)