ଥୁଆମୂଳ ରାମପୁରରେ ରାଜନୈତିକ ପରିବର୍ତ୍ତନର ଚିତ୍ର: ବିଜେପିକୁ ଯୋଗଦେଲେ ଅନେକ ଯୁବ ମୁହଁ

Feb 13, 2026 - 19:30
0 31
ଥୁଆମୂଳ ରାମପୁରରେ ରାଜନୈତିକ ପରିବର୍ତ୍ତନର ଚିତ୍ର: ବିଜେପିକୁ ଯୋଗଦେଲେ ଅନେକ ଯୁବ ମୁହଁ


କଳାହାଣ୍ଡି, ତା. ୧୨/୦୨ ( ଷ୍ଟାର ନିୟୁଜ ଓଡିଶା )ଥୁଆମୂଳ ରାମପୁର: ଅଞ୍ଚଳୀୟ ରାଜନୀତିରେ ଏକ ନୂତନ ପରିବର୍ତ୍ତନ ଦେଖିବାକୁ ମିଳିଛି। କଂଗ୍ରେସ ଓ ବିଜେଡି ସହ ଜଡିତ ଅନେକ ଯୁବ ନେତା ଓ କର୍ମୀ ବିଜେପିରେ ସାମିଲ ହୋଇ ନୂତନ ରାଜନୈତିକ ପଥ ଚୟନ କରିଛନ୍ତି।
ଦଳ ପରିବର୍ତ୍ତନ କରିଥିବା ମଧ୍ୟରେ ଅଜିତ କୁମାର ନାଏକ (ପୂର୍ବତନ କଂଗ୍ରେସ ଯୁବ ସଭାପତି), କିରଣ କୁମାର ନାଏକ, ଜିତେନ୍ଦ୍ର ନାଏକ (ବିଜେଡି ଯୁବ ନେତା), ଅଭିମନ୍ୟୁ ନାଏକ (ପୂର୍ବତନ ସମିତି ସଭ୍ୟ) ଓ ରବି ନାଏକ (ପୂର୍ବତନ ୱାର୍ଡ ସଦସ୍ୟ) ପ୍ରମୁଖ ଅଟନ୍ତି। ସେମାନେ କହିଛନ୍ତି ଯେ, ବିକାଶମୂଳକ କାର୍ଯ୍ୟକଳାପ ଓ ସଂଗଠନର ଶକ୍ତି ଦୃଷ୍ଟିରେ ରଖି ସେମାନେ ବିଜେପିରେ ଯୋଗଦେବାକୁ ସ୍ୱୀକୃତି ନେଇଛନ୍ତି।
ଏହି ଅବସରରେ ବିଜେପି ଓଡ଼ିଶା ପ୍ରଦେଶ ଉପସଭାପତି ଓ କଳାହାଣ୍ଡି ଜିଲ୍ଲା ପ୍ରଭାରୀ ଶିବାଜୀ ମହାନ୍ତି, ଜିଲ୍ଲା ସଭାପତି ଯୁଗଲ ପୋଡ଼, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ମାଝୀ ଓ ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ ଉପସ୍ଥିତ ଥିଲେ। ନୂତନ ସଦସ୍ୟମାନଙ୍କୁ ଉତ୍ତରୀୟ ଓ ଦଳୀୟ ପଟ୍ଟା ପ୍ରଦାନ କରି ସ୍ୱାଗତ ଜଣାଯାଇଥିଲା।
ନେତାମାନେ କହିଥିଲେ ଯେ, ଆଗାମୀ ଦିନରେ ଅଞ୍ଚଳର ସମଗ୍ର ବିକାଶ ପାଇଁ ସମସ୍ତଙ୍କୁ ସଙ୍ଗଠିତ ହୋଇ କାମ କରିବାକୁ ହେବ।
ବାଇଟ୍:
▪ ରମେଶ ମାଝୀ – ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ
▪ ଦୟାନିଧି ମାଝୀ – ବ୍ଲକ ଅଧ୍ୟକ୍ଷ
▪ ଅଜିତ କୁମାର ନାଏକ – ପୂର୍ବତନ କଂଗ୍ରେସ ଯୁବ ସଭାପତି l

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User