ସାମ୍ବାଦିକଙ୍କ ଏକତା ଓ ସ୍ୱାର୍ଥରକ୍ଷାକୁ ଗୁରୁତ୍ୱ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନର ନୂତନ ଟିମ୍ ଗଠିତ କମ୍ବୁପାଣି ମିଶ୍ର ସଭାପତି, ସନ୍ତୋଷ କୁମାର ସିଂହଦେଓ ସାଧାରଣ ସମ୍ପାଦକ

Oct 25, 2026 - 22:56
0 85
ସାମ୍ବାଦିକଙ୍କ ଏକତା ଓ ସ୍ୱାର୍ଥରକ୍ଷାକୁ ଗୁରୁତ୍ୱ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନର ନୂତନ ଟିମ୍ ଗଠିତ କମ୍ବୁପାଣି ମିଶ୍ର ସଭାପତି, ସନ୍ତୋଷ କୁମାର ସିଂହଦେଓ ସାଧାରଣ ସମ୍ପାଦକ

ମଦନପୁର ରାମପୁର, ୨୫/୧୦ (ଷ୍ଟାରନିୟୁଜ ଓଡ଼ିଶା): କଳାହାଣ୍ଡି ଜିଲ୍ଲାର ସାମ୍ବାଦିକମାନଙ୍କ ସଂଗଠନକୁ ଅଧିକ ସୁଦୃଢ଼ କରିବା ସହ ସାମ୍ବାଦିକଙ୍କ ଏକତା, ସ୍ୱାର୍ଥରକ୍ଷା ଓ ସାମ୍ବାଦିକତାର ମର୍ଯ୍ୟାଦା ବଜାୟ ରଖିବା ଲକ୍ଷ୍ୟରେ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ମଦନପୁର ରାମପୁରସ୍ଥିତ ଯୁଗଯାତ୍ରୀ ସାହିତ୍ୟ ସଂସଦଠାରେ ରବିବାର ଅନୁଷ୍ଠିତ ଚୟନ କମିଟି ବୈଠକରେ କମ୍ବୁପାଣି ମିଶ୍ରଙ୍କୁ ସଭାପତି ଓ ସନ୍ତୋଷ କୁମାର ସିଂହଦେଓଙ୍କୁ ସାଧାରଣ ସମ୍ପାଦକ ଭାବେ ମନୋନୀତ କରାଯାଇଛି।
ଚୟନ କମିଟିର ଅଧ୍ୟକ୍ଷ କିଶୋର କୁମାର ନାଏକ ଓ ଉପାଧ୍ୟକ୍ଷ ରଜନୀକାନ୍ତ ମିଶ୍ରଙ୍କ ନେତୃତ୍ୱରେ ବରିଷ୍ଠ ସଦସ୍ୟମାନଙ୍କୁ ନେଇ ଗଠିତ କମିଟି ବିଚାରବିମର୍ଶ ପରେ ନୂତନ କର୍ମକର୍ତ୍ତାଙ୍କ ନାମ ଚୂଡ଼ାନ୍ତ କରିଥିଲା।
ବିଭିନ୍ନ ପଦବୀରେ ନୂତନ କର୍ମକର୍ତ୍ତା
ନୂତନ କମିଟିରେ ବିରଞ୍ଚି ନାରାୟଣ ଜାଲଙ୍କୁ କାର୍ଯ୍ୟକାରୀ ସଭାପତି ଏବଂ ଲିଙ୍ଗରାଜ ମିଶ୍ର, ସୁଧୀର ପ୍ରସାଦ ସାହୁ, ମନମୋହନ ପ୍ରଧାନ, ସୁଭେନ ପଟ୍ଟନାୟକ, ଗଜିନ୍ଦ୍ର ସାହୁ, ଭୋଳାନାଥ ପଟେଲ ଓ କ୍ଷମାନିଧି ମହାକୁଡ଼ଙ୍କୁ ଉପସଭାପତି ଭାବେ ଚୟନ କରାଯାଇଛି।
ସେହିପରି ବୈଦ୍ୟନାଥ ବେହେରା, ଶରତ ଚନ୍ଦ୍ର ରାଉତ, ହେମନ୍ତ ସାହୁ, ରଜନୀକାନ୍ତ ମିଶ୍ର, ଭଜଶ୍ୟାମ ସାହୁ, ସୁଶୀଲ ବାଗ, ନିହାର ରଞ୍ଜନ ବେହେରା, ସୁଶାନ୍ତ ଦଳେଇ, ଏଲ୍. କୋଟେଶ୍ୱର ନାୟଡୁ ଓ ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କୁ ସମ୍ପାଦକ ଭାବେ ଦାୟିତ୍ୱ ଦିଆଯାଇଛି। ଅଂଶୁମାନ ପାତ୍ର ସଂଗଠନ ସମ୍ପାଦକ ଏବଂ ଡମ୍ବରୁଧର ଭୋଇ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି।
ବିଭିନ୍ନ କମିଟିରେ ଦାୟିତ୍ୱ ବଣ୍ଟନ
ପ୍ରସାନ୍ତ ସାମନ୍ତରାଙ୍କୁ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଓ ଶଙ୍କର୍ଷଣ ବେହେରାଙ୍କୁ ଉପାଧ୍ୟକ୍ଷ ଭାବେ ଚୟନ କରାଯାଇଛି। କଲ୍ୟାଣ କମିଟିର ଅଧ୍ୟକ୍ଷ ଭାବେ ବିନ୍ଦୁ ମହାନନ୍ଦ ଓ ଉପାଧ୍ୟକ୍ଷ ଭାବେ ଏମ୍. ଚନ୍ଦ୍ରଶେଖର ଦାୟିତ୍ୱ ପାଇଛନ୍ତି। ଶୃଙ୍ଖଳା କମିଟିର ଅଧ୍ୟକ୍ଷ ଭାବେ କିଶୋର କୁମାର ନାଏକଙ୍କୁ ଚୟନ କରାଯାଇଛି।
ଅନ୍ୟପକ୍ଷରେ ଉପଦେଷ୍ଟା ମଣ୍ଡଳୀରେ କମ୍ବୁପାଣି ସାହୁ, ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ଇଙ୍ଗିତ ପଣ୍ଡା, ଅଜିତ ସିଂହ, ପରେଶ ନାୟକ ଓ ଉଦ୍ଧବ ପଣ୍ଡାଙ୍କୁ ସାମିଲ କରାଯାଇଛି।
ସାମ୍ବାଦିକଙ୍କ ଅଧିକାର ଓ ମର୍ଯ୍ୟାଦା ରକ୍ଷା ଉପରେ ଗୁରୁତ୍ୱ
ନୂତନ କର୍ମକର୍ତ୍ତାଙ୍କ ଚୟନ ପରେ ଜିଲ୍ଲାର ସାମ୍ବାଦିକ ମହଲରେ ନୂତନ ଉତ୍ସାହ ସୃଷ୍ଟି ହୋଇଛି। ସାମ୍ବାଦିକଙ୍କ ସମସ୍ୟାର ସମାଧାନ, ଅଧିକାରର ସୁରକ୍ଷା, ପାରସ୍ପରିକ ସହଯୋଗ ଓ ନିରପେକ୍ଷ ସାମ୍ବାଦିକତାକୁ ଆଗକୁ ନେବା ଦିଗରେ ନୂତନ ଟିମ୍ ଗୁରୁତ୍ୱ ଦେବ ବୋଲି ଆଶା ପ୍ରକାଶ ପାଇଛି।

What's Your Reaction?

Like Like 0
Dislike Dislike 0
Love Love 1
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User