ମାଁ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଶିକ୍ଷାଗତ ଅବ୍ୟବସ୍ଥାକୁ ନେଇ ଛାତ୍ର ଅସନ୍ତୋଷ । ପରୀକ୍ଷା ସ୍ଥଗିତ ଓ ପୂର୍ବ ସେମିଷ୍ଟରର ଫଳ ପ୍ରକାଶ ଦାବିରେ ଆନ୍ଦୋଳନ ।
କଳାହାଣ୍ଡି ଜିଲ୍ଲା ତା.୨୦/୧୧(ଷ୍ଟାରନିୟୁଜ ଓଡିଶା )ମାଁ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଓ ଏହା ଅଧୀନସ୍ଥ ମହାବିଦ୍ୟାଳୟଗୁଡ଼ିକରେ ଶିକ୍ଷାଗତ ଅବ୍ୟବସ୍ଥା ଏବଂ ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ତେଜିଛି ଅସନ୍ତୋଷ। ଏହାର ପ୍ରତିବାଦରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ବନ୍ଦ କରି ଧାରଣା ଦିଆଯାଇଛି।
ଆସନ୍ତା ୨୩ ତାରିଖରେ ସ୍ନାତକ ପଞ୍ଚମ ସେମିଷ୍ଟର ଏବଂ ନଭେମ୍ବର ୨୬ ତାରିଖରେ ସ୍ନାତକୋତ୍ତର ତୃତୀୟ ସେମିଷ୍ଟର ପରୀକ୍ଷା କରିବାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଧାର୍ଯ୍ୟ ହୋଇଥିବା ସମୟସୂଚୀକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ। ପରୀକ୍ଷାକୁ ସ୍ଥଗିତ ରଖିବା ସହ ତାରିଖ ଘୁଞ୍ଚାଇବାକୁ ସେମାନେ ଦାବି କରିଛନ୍ତି।
ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଅନେକ ବିଭାଗ ଓ ମହାବିଦ୍ୟାଳୟରେ ଏପର୍ଯ୍ୟନ୍ତ ପାଠ୍ୟକ୍ରମ ଶେଷ ହୋଇନାହିଁ। ଅନ୍ୟପକ୍ଷରେ ସ୍ନାତକ ଓ ସ୍ନାତକୋତ୍ତର ଦ୍ୱିତୀୟ ସେମିଷ୍ଟରର ପରୀକ୍ଷା ଫଳ ମଧ୍ୟ ଏଯାଏଁ ପ୍ରକାଶ ପାଇନାହିଁ। ବିଶ୍ୱବିଦ୍ୟାଳୟ ନିଜର ଏକାଡେମିକ୍ କ୍ୟାଲେଣ୍ଡର ଓ ୟୁଜିସିର ନିର୍ଦ୍ଦେଶାବଳୀ ଅନୁଯାୟୀ ଶିକ୍ଷାବର୍ଷ ପରିଚାଳନା କରୁନଥିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଉଥିବା ଅଭିଯୋଗ କରିଛି ମିଳିତ କ୍ରିୟାନୁଷ୍ଠାନ କମିଟି।
ତେବେ ଛାତ୍ରଛାତ୍ରୀଙ୍କ ନ୍ୟାୟସଙ୍ଗତ ଦାବି ପ୍ରତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନନେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ, ଏପରିକି ଅନିର୍ଦ୍ଦିଷ୍ଟ କାଳୀନ ଅନଶନ ଭଳି ଗଣତାନ୍ତ୍ରିକ ଆନ୍ଦୋଳନ କରାଯିବ ବୋଲି କେ. ପ୍ରବୀଣ କୁମାର, ଅଙ୍କିତ ସାହୁ, ସିଦ୍ଧାର୍ଥ ନାୟକ, ବିଭୁତି ମଲ୍ଲିକ, ପ୍ରତ୍ୟାଷା ପଟ୍ଟନାୟକ,ଇନ୍ଦିରା ଶବର , ଜାଜ୍ଞସିନି ବିଶ୍ୱାଳ, ଉମାକାନ୍ତ ନିଆଳ, କୁନାଲ ଦୁରିଆ, ଅନୁଭବ ପଟ୍ଟନାୟକ, ଅସ୍ମିନ ନିଶା, ମାନସ ସାହୁ, ତନିଷା ଦୀପ, ସୌରଭ ଧଙ୍ଗଡ଼ା ମାଝୀ, ଦିବ୍ୟଙ୍କା ନାଏକଙ୍କ ସମେତ ଅନ୍ୟ ଛାତ୍ରଛାତ୍ରୀ ମାନେ ଚେତାବନୀ ଦେଇଛନ୍ତି ।

What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)