ବିଶାଳ ବାଇକ୍ ରାଲିରେ ବାଲିଗୁଡ଼ାରେ ଶକ୍ତି ପ୍ରଦର୍ଶନ କଲେ ବିଧାୟକ ଚକ୍ରମଣି କହଁର ଓ ଟୁନା ଦାସ
ତୁମୁଡ଼ିବନ୍ଧ: ୧୯/୧୧ (ରିପୋର୍ଟ: ରଙ୍ଗନାଥ ବଡ଼ସେଟ୍) ବିଶାଳ ବାଇକ୍ ରାଲି ମାଧ୍ୟମରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ ନିଜର ରାଜନୈତିକ ଶକ୍ତି ପ୍ରଦର୍ଶନ କରିଛନ୍ତି ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଓ ବରିଷ୍ଠ ନେତା ଟୁନା ଦାସ। ଏହି ରାଲିକୁ ନେଇ ବାଲିଗୁଡ଼ା ରାଜନୀତି ମହଲରେ ଚର୍ଚ୍ଚା ଜୋର ଧରିଛି। ସୂଚନା ଅନୁଯାୟୀ, ବିଜେଡିରୁ ନିଲମ୍ବିତ ହେବା ପରେ ବରିଷ୍ଠ ନେତା ଟୁନା ଦାସ ନିଜ ସମର୍ଥକମାନଙ୍କୁ ନେଇ ଏହି ବାଇକ୍ ରାଲି ଆୟୋଜନ କରିଥିଲେ। ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ସଂଗଠନକୁ ଅଧିକ ସୁଦୃଢ଼ କରିବା ସହ ନିଜର ଜନସମର୍ଥନ ପ୍ରଦର୍ଶନ କରିବା ଏହି ରାଲିର ମୁଖ୍ୟ ଉଦ୍ଦେଶ୍ୟ ଥିବା ଆଲୋଚନା ହେଉଛି। ଏହି ବିଶାଳ ବାଇକ୍ ରାଲିରେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ବରିଷ୍ଠ ନେତା ଟୁନା ଦାସ, ତୁମୁଡ଼ିବନ୍ଧ ବ୍ଲକର ନେତା ପ୍ରମୋଦ ସାହୁ, କ.ନୂଆଗାଁ ବ୍ଲକର ବରିଷ୍ଠ ନେତା ସହଦେବ ପାତ୍ର, ବିଧାୟକଙ୍କ ନଗର ପ୍ରତିନିଧି ଅବନୀକାନ୍ତ ନାୟକ, ପୂର୍ବତନ ଏନ୍ଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ ଓ ତୁମୁଡ଼ିବନ୍ଧର ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରକାଶ ପାତ୍ରଙ୍କ ସମେତ ଦୁଇ ହଜାରରୁ ଊର୍ଦ୍ଧ୍ୱ କର୍ମୀ ଓ ସମର୍ଥକ ଯୋଗଦେଇଥିଲେ।ଆଗାମୀ ଦିନରେ ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରେ ଅଧିକ ସୁଦୃଢ଼ କରିବା ପାଇଁ ପ୍ରୟାସ ଜାରି ରହିବ ବୋଲି ସମର୍ଥକମାନେ କହିଛନ୍ତି। ତେବେ ଏହି ବାଇକ୍ ରାଲି ଆଗାମୀ ଦିନରେ ବାଲିଗୁଡ଼ା ରାଜନୀତିରେ କେତେ ପ୍ରଭାବ ପକାଇବ, ତାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)