ନେହେରୁ ସେବା ସଂଘ ଆବାସିକ ଅନୁଷ୍ଠାନରେ ଶିଶୁ ସୁରକ୍ଷା ନେଇ ପ୍ରଶ୍ନବାଚୀ ନିରପେକ୍ଷ ତଦନ୍ତ ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଯୁବ ବିଜେଡି
ଭବାନୀପାଟଣା, ୧୯/୧୧ (ଷ୍ଟାର ନ୍ୟୁଜ୍ ଓଡ଼ିଶା): ଭବାନୀପାଟଣାସ୍ଥିତ ନେହେରୁ ସେବା ସଂଘର ଆବାସିକ ଅନୁଷ୍ଠାନରେ ଶିଶୁଙ୍କ ସୁରକ୍ଷା ଓ ଯତ୍ନକୁ ନେଇ ଉଦ୍ବେଗ ପ୍ରକାଶ କରିଛି କଳାହାଣ୍ଡି ଜିଲ୍ଲା ଯୁବ ବିଜେଡି। ଜଣେ ପଞ୍ଚମ ଶ୍ରେଣୀର ଛାତ୍ର ନିର୍ଯାତନା ଭୟରେ ରାତିରେ ଅନୁଷ୍ଠାନ ଛାଡ଼ିଥିବା ଅଭିଯୋଗକୁ ନେଇ ଘଟଣାର ନିରପେକ୍ଷ ତଦନ୍ତ ଓ ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ଦାବି ହୋଇଛି।
ଜିଲ୍ଲା ଯୁବ ବିଜେଡି ସଭାପତି ଅବିନାଶ ଠାକୁର ଏହାକୁ ଗୁରୁତର ପ୍ରସଙ୍ଗ ଭାବେ ଉଠାଇ ଜିଲ୍ଲାପାଳ ସଚିନ ପ୍ରକାଶ ପାୱାରଙ୍କୁ ଲିଖିତ ଦାବିପତ୍ର ଦେଇଛନ୍ତି। ଅନୁଷ୍ଠାନରେ ଶିଶୁଙ୍କ ଖାଦ୍ୟ, ଯତ୍ନ, ସୁରକ୍ଷା ଓ ମାନସିକ ସ୍ୱାସ୍ଥ୍ୟର ଯାଞ୍ଚ ସହ ଅନ୍ତେବାସୀଙ୍କ ସହ ସ୍ୱାଧୀନ ଓ ଗୋପନୀୟ ଆଲୋଚନା କରିବାକୁ ସେ ଦାବି କରିଛନ୍ତି।
ଏଥିସହ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଶିଶୁ ମଙ୍ଗଳ ସମିତି ଓ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଘଟଣାରେ ହସ୍ତକ୍ଷେପ କରି ତଦନ୍ତ କରିବାକୁ ଯୁବ ବିଜେଡି ଦାବି କରିଛି।
ଶିଶୁଙ୍କ ସୁରକ୍ଷା କେବଳ ଅନୁଷ୍ଠାନର ନୁହେଁ, ପ୍ରଶାସନର ମଧ୍ୟ ଦାୟିତ୍ୱ। ତେଣୁ ଅଭିଯୋଗର ସତ୍ୟାସତ୍ୟ ନିରପେକ୍ଷ ତଦନ୍ତ ମାଧ୍ୟମରେ ସାମ୍ନାକୁ ଆସିବା ଆବଶ୍ୟକ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)