କ.ନୂଆଗାଁ ବ୍ଲକରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଶିଳାନ୍ୟାସ

Nov 16, 2026 - 06:29
0 59
କ.ନୂଆଗାଁ ବ୍ଲକରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଶିଳାନ୍ୟାସ

କ.ନୂଆଗାଁ: ୧୫/୧୧: (ରିପୋର୍ଟର-ରଙ୍ଗନାଥ ବଡ଼ସେଟ୍) ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଭାରତ ସରକାରଙ୍କ ପକ୍ଷରୁ ଆଜି କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଳକର ନୂଆ ରାଜଘରା ଠାରେ ଜନଜାତି ଗୌରବ ଦିବସ ତଥା ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳନ ଶୁଭ ଅବସରରେ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଆଭାସୀ ମାଧ୍ୟମରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଭୂମି ପୂଜନ କରାଯାଇଛି। ବହୁ ପ୍ରତିକ୍ଷିତର ଅନ୍ତ ଘଟାଇ ଶେଷରେ ଏଠାରେ ବିଦ୍ୟାଳୟ ନିମନ୍ତେ ଭୂମି ପୂଜନ କାର୍ଯ୍ୟକ୍ରମ କରାଯାଇ ଥିବାରୁ ଅଞ୍ଚଳବାସୀଙ୍କ ପକ୍ଷରୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ଓଡିଶାର ମହା ମହିମ ରାଜ୍ୟପାଳ ବ୍ରଜ ମୋହନ ରାମ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ,ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ,କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କୁ କୃତଜ୍ଞତା ସହିତ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଛନ୍ତି। ଏହାକୁ ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜନ କରା ଯାଇଥିଲା ବେଳେ ଆଦିବାସୀ ଅଞ୍ଚଳର ଜନ ସାଧାରଣଙ୍କ ସାମଗ୍ରିକ ଉନ୍ନତିକୁ ପ୍ରାଥମିକତା ଦିଆଯିବା ସରକାରଙ୍କ ଆଭିମୁଖ୍ୟ ବୋଲି ଅତିଥି ମାନେ ବକ୍ତବ୍ୟ ରଖିଥିଲେ।ଉକ୍ତ କାର୍ଯ୍ୟକ୍ରମ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ଶୁଭ୍ରାଞ୍ଜଳି ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଅନିତା ମଲ୍ଲିକ,ସମ୍ମାନିତ ଅତିଥି ଭାବେ ତହସିଲଦାର ସମିର ପାଇକରାୟ,ବ୍ଲକ ଉପାଧ୍ୟକ୍ଷ ଧବଳେଶ୍ୱର ପାତ୍ର,ଥାନା ଅଧିକାରୀ କେଳୁ ଚରଣ ଜେନା, ସିର୍ତ୍ତିଗୁଡା ସରପଞ୍ଚ ଭାଗ୍ୟବତୀ ମଲ୍ଲିକ, ସମିତି ସଭ୍ୟ ଭାଗ୍ୟବାନ ବେହେରା, ଲେତିଙ୍ଗିଆ ସରପଞ୍ଚ କୁନାଳ ଚନ୍ଦ୍ର ପ୍ରଧାନ, କଞ୍ଜାମେଣ୍ଡି ସରପଞ୍ଚ ଗୁନୁଲତା ମଲ୍ଲିକ ପ୍ରମୁଖ ଯୋଗଦେଇ ଜନଜାତି ଅଞ୍ଚଳରେ ସରକାରୀ ଯୋଜନା ସ୍ୱାସ୍ଥ୍ୟ, ଶିକ୍ଷା, ପୋଷଣ, ଜୀବିକା ଓ ସାମାଜିକ ସୁରକ୍ଷା ସେବା ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ଅଭିଯାନ ଚାଲିଛି ବୋଲି ଉପସ୍ଥିତ ଜନତାଙ୍କୁ ସଚେତନତା କରିଥିଲେ। ଏଥିରେ ବ୍ଲକର ମଙ୍ଗଳ ସଂପ୍ରସାରଣ ଅଧିକାରୀ ବୁରୁମାଝି ପଡ୍ରା ସଂଯୋଜନା କରିଥିବା ବେଳେ ଶିକ୍ଷକ କୃଷ୍ଣ ଚନ୍ଦ୍ର ଦାସ ମଞ୍ଚ ସଞ୍ଚାଳନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ, କର୍ମଚାରୀ, ଜନପ୍ରତିନିଧି ଓ ବହୁ ସଂଖ୍ୟକ ଜନସାଧାରଣ ଅଂଶଗ୍ରହଣ କରି ସହଯୋଗ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 1
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User