କଳାହାଣ୍ଡିରେ ୭୩ ନୂତନ CRCC ଯୋଗଦାନ ୧୩ ବ୍ଲକରେ ଦାୟିତ୍ୱ ଗ୍ରହଣ; ବିଦ୍ୟାଳୟର ଏକାଡେମିକ୍ ତଦାରଖ ଓ ଶିକ୍ଷକ ସହାୟତା ବ୍ୟବସ୍ଥା ହେବ ମଜବୁତ
କଳାହାଣ୍ଡି, ୩/୧୦ (ଷ୍ଟାରନିୟୁଜ ଓଡ଼ିଶା): କଳାହାଣ୍ଡି ଜିଲ୍ଲାର ଶିକ୍ଷା ବ୍ୟବସ୍ଥାରେ ଏକାଡେମିକ୍ ତଦାରଖ ଓ ଶିକ୍ଷକ ସହାୟତାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ୧୩ଟି ବ୍ଲକରେ ୭୩ ଜଣ ନୂତନ କ୍ଲଷ୍ଟର ରିସୋର୍ସ ସେଣ୍ଟର କୋଅର୍ଡିନେଟର (CRCC) ଦାୟିତ୍ୱ ଗ୍ରହଣ କରିଛନ୍ତି।
ନୂତନ CRCCମାନେ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷାଦାନର ଗୁଣବତ୍ତା ତଦାରଖ, ଶିକ୍ଷକମାନଙ୍କୁ ଏକାଡେମିକ୍ ସହଯୋଗ, ପ୍ରଶିକ୍ଷଣରେ ସହାୟତା ଏବଂ ବିଭିନ୍ନ ସରକାରୀ ଶିକ୍ଷା କାର୍ଯ୍ୟକ୍ରମର ରୂପାୟଣରେ ସହଯୋଗ କରିବେ। ଏହା ଫଳରେ ଜିଲ୍ଲାର ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥା ଅଧିକ ସକ୍ରିୟ ଓ ଫଳପ୍ରଦ ହେବ ବୋଲି ଶିକ୍ଷା ମହଲ ଆଶା ପ୍ରକାଶ କରିଛି।
CRCC ଚୟନ ଓ ଯୋଗଦାନ ପ୍ରକ୍ରିୟାକୁ ଶିକ୍ଷକ ଏବଂ ଶିକ୍ଷା ସହ ଜଡ଼ିତ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି। ତେବେ ଚୟନ ପ୍ରକ୍ରିୟାକୁ ନେଇ କିଛି ଅନିୟମିତତା ଅଭିଯୋଗ ଓ ଆଲୋଚନା ହୋଇଥିବା ମଧ୍ୟ ଜଣାପଡ଼ିଛି। ଏସବୁ ଅଭିଯୋଗକୁ ଶିକ୍ଷା ବିଭାଗ ପକ୍ଷରୁ ଖଣ୍ଡନ କରାଯାଇଥିବା ସୂଚନା ମିଳିଛି।
ଏବେ ନୂତନ CRCCମାନେ ନିଜ ଦାୟିତ୍ୱରେ ଯୋଗଦେଇ ବିଦ୍ୟାଳୟସ୍ତରରେ ଶିକ୍ଷାଦାନର ଗୁଣାତ୍ମକ ଉନ୍ନତି, ଶିକ୍ଷକ ସହଯୋଗ ଓ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ପ୍ରଗତି ଉପରେ ଗୁରୁତ୍ୱ ଦେବେ ବୋଲି ଆଶା କରାଯାଉଛି।

What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)