୪୧ କେଜି ଗଞ୍ଜେଇ ଜବତ, ଜଣେ ଅଟକ କେସିଙ୍ଗା ନୂତନ ବସଷ୍ଟାଣ୍ଡ ନିକଟରେ ପୋଲିସର ଚଢ଼ାଉ

Aug 08, 2026 - 17:08
0 57
୪୧ କେଜି ଗଞ୍ଜେଇ ଜବତ, ଜଣେ ଅଟକ କେସିଙ୍ଗା ନୂତନ ବସଷ୍ଟାଣ୍ଡ ନିକଟରେ ପୋଲିସର ଚଢ଼ାଉ

କେସିଙ୍ଗା, ୮/୮ (ଷ୍ଟାରନିୟୁଜ ଓଡିଶା ):ଦୀର୍ଘଦିନ ପରେ ଚୋରା ଗଞ୍ଜେଇ ଚାଲାଣ ବିରୋଧରେ କେସିଙ୍ଗା ପୋଲିସକୁ ମିଳିଛି ବଡ଼ ସଫଳତା। ଗୁପ୍ତ ସୂଚନା ଆଧାରରେ ଶୁକ୍ରବାର ସନ୍ଧ୍ୟାରେ କେସିଙ୍ଗା-କୁର୍ଲୁପଡ଼ାସ୍ଥିତ ନୂତନ ବସଷ୍ଟାଣ୍ଡ ନିକଟରେ ପୋଲିସ ଚଢ଼ାଉ କରି ପ୍ରାୟ ୪୧ କେଜି ଗଞ୍ଜେଇ ଜବତ କରିବା ସହ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି।
ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି। ଅଟକ ବ୍ୟକ୍ତିଙ୍କ ପରିଚୟ କେସିଙ୍ଗା ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇନଥିବା ବେଳେ, ସେ ମଦନପୁର-ରାମପୁର ଅଞ୍ଚଳର ବୋଲି ସୂଚନା ମିଳିଛି।
ଜବତ ଗଞ୍ଜେଇ କଳାହାଣ୍ଡିରୁ ଅନ୍ୟ ରାଜ୍ୟକୁ ଚାଲାଣ ହେବାକୁ ଥିଲା ବୋଲି ପୋଲିସ ସନ୍ଦେହ କରୁଛି। ଘଟଣାରେ ଅଧିକ ଲୋକଙ୍କ ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।
ଚଢ଼ାଉ ସମୟରେ ମାଜିଷ୍ଟ୍ରେଟ ଦାୟିତ୍ୱରେ କେସିଙ୍ଗାର ଅତିରିକ୍ତ ତହସିଲଦାର ବିବେକାନନ୍ଦ ସାମଲଙ୍କ ସମେତ କେସିଙ୍ଗା ଥାନାର ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User