କେସିଙ୍ଗା କଲେଜ ଛାତ୍ର ସଂସଦ ନିର୍ବାଚନରେ ନୂଆ ମୋଡ଼ ଅନୁଭବ ପଟ୍ଟନାୟକଙ୍କ ନାମାଙ୍କନ କାୟମ, ୧୫ରେ ଭୋଟଗ୍ରହଣ

Oct 12, 2026 - 06:44
0 5
କେସିଙ୍ଗା କଲେଜ ଛାତ୍ର ସଂସଦ ନିର୍ବାଚନରେ ନୂଆ ମୋଡ଼ ଅନୁଭବ ପଟ୍ଟନାୟକଙ୍କ ନାମାଙ୍କନ କାୟମ, ୧୫ରେ ଭୋଟଗ୍ରହଣ

କେସିଙ୍ଗା, ୧୧/୧୦ (ଷ୍ଟାରନ୍ୟୁଜ ଓଡ଼ିଶା): କେସିଙ୍ଗା ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ସଭାପତି ପଦ ପାଇଁ ପ୍ରାର୍ଥୀ ହୋଇଥିବା ବିଜେଡି ସମର୍ଥିତ ଛାତ୍ରନେତା ଅନୁଭବ ପଟ୍ଟନାୟକଙ୍କ ନାମାଙ୍କନ ନାକଚ ନିଷ୍ପତ୍ତିକୁ କଲେଜ ନିର୍ବାଚନ କମିଟି ପ୍ରତ୍ୟାହାର କରି ତାଙ୍କ ପ୍ରାର୍ଥୀପତ୍ର କାୟମ ରଖିଛି। ଆସନ୍ତା ୧୫ ତାରିଖରେ ନିର୍ବାଚନ ପାଇଁ ଭୋଟଗ୍ରହଣ ହେବ।
ସୂଚନା ଅନୁଯାୟୀ, ମୋବାଇଲ୍ ଫୋନ୍‌ରେ କଥା କଟାକଟିକୁ ନେଇ ବିଜେପି ସମର୍ଥିତ ଛାତ୍ରନେତା ଅଙ୍କିତ ପାଠକ ଗତ ୮ ତାରିଖରେ ଅନୁଭବଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏହା ଆଧାରରେ ପୋଲିସ ମାମଲା ରୁଜୁ କରିଥିବା ସମ୍ପର୍କରେ ରିପୋର୍ଟ ମିଳିବା ପରେ କଲେଜ କର୍ତ୍ତୃପକ୍ଷ ତାଙ୍କ ନାମାଙ୍କନ ନାକଚ କରିଥିଲେ।
ଏହି ନିଷ୍ପତ୍ତିକୁ ନେଇ ଛାତ୍ରମହଲ ଓ ବିଜେଡି ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ପରେ ନର୍ଲା ବିଧାୟିକା ମନୋରମା ମହାନ୍ତି ଓ ରାଜ୍ୟ ଛାତ୍ର ବିଜେଡି ନେତା ଅଭିନାଶ ଠାକୁର କଲେଜରେ ପହଞ୍ଚି ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଥିଲେ। ସୁପ୍ରିମକୋର୍ଟଙ୍କ ନିୟମ ଓ ଲିଙ୍ଗଡୋ କମିଶନଙ୍କ ନିର୍ଦ୍ଦେଶାବଳୀ ଆଧାରରେ ନିଷ୍ପତ୍ତିର ପୁନର୍ବିଚାର ପାଇଁ ସେମାନେ ଅନୁରୋଧ କରିଥିଲେ।
ଶନିବାର କଲେଜ ନିର୍ବାଚନ କମିଟି, ଗ୍ରିଭାନ୍ସ ଲିଗାଲ୍ ସେଲ୍‌ ଓ ସମ୍ପୃକ୍ତ ଅଧିକାରୀଙ୍କ ସହ ଆଲୋଚନା ପରେ ଅନୁଭବଙ୍କ ନାମାଙ୍କନ କାୟମ ରଖିବାକୁ ନିଷ୍ପତ୍ତି ହୋଇଥିଲା। ଏହି ନିଷ୍ପତ୍ତି ପାଇଁ କେସିଙ୍ଗା ବିଜେଡି ପକ୍ଷରୁ କଲେଜ ନିର୍ବାଚନ କମିଟିକୁ ଧନ୍ୟବାଦ ଜଣାଯାଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User