କେସିଙ୍ଗାରେ ଦେଶପ୍ରେମର ବାର୍ତ୍ତା ନେଇ ତ୍ରିରଙ୍ଗା ଯାତ୍ରା

Aug 11, 2026 - 16:32
Updated: 2 months ago
0 56
କେସିଙ୍ଗାରେ ଦେଶପ୍ରେମର ବାର୍ତ୍ତା ନେଇ ତ୍ରିରଙ୍ଗା ଯାତ୍ରା

କେସିଙ୍ଗା, ୧୧/୮ (ଷ୍ଟାରନିୟୁଜ ଓଡ଼ିଶା):ଜାତୀୟ ପତାକା ତ୍ରିରଙ୍ଗା ପ୍ରତି ସମ୍ମାନ ଓ ଦେଶପ୍ରେମର ଭାବନାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ କେସିଙ୍ଗା ସହରରେ ଅନୁଷ୍ଠିତ ହୋଇଛି ତ୍ରିରଙ୍ଗା ଯାତ୍ରା। ତ୍ରିରଙ୍ଗା କମିଟି ପକ୍ଷରୁ ସଭାପତି ପ୍ରୀତେଶ ପଟେଲଙ୍କ ନେତୃତ୍ୱରେ ଏହି ଦେଶପ୍ରେମ ଭିତ୍ତିକ ପଦଯାତ୍ରା ଆୟୋଜିତ ହୋଇଥିଲା।
କେସିଙ୍ଗା ସହରସ୍ଥିତ ଜଗନ୍ନାଥ ମନ୍ଦିର ନିକଟରୁ ଆରମ୍ଭ ହୋଇଥିବା ତ୍ରିରଙ୍ଗା ଯାତ୍ରା କେସିଙ୍ଗା ଆଦର୍ଶ ଥାନା ପର୍ଯ୍ୟନ୍ତ ଯାଇଥିଲା। ହାତରେ ଜାତୀୟ ପତାକା ଧରି ବହୁ ସଂଖ୍ୟକ ଲୋକ ଏହି ଶୋଭାଯାତ୍ରାରେ ସାମିଲ ହୋଇ ଦେଶପ୍ରେମର ଭାବନା ପ୍ରକାଶ କରିଥିଲେ।
ଏହି ଯାତ୍ରାରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁ, ପୂର୍ବତନ କେସିଙ୍ଗା ବିଜେପି ସଭାପତି ପ୍ରଶାନ୍ତ ବାନାର୍ଜୀ, ମାଗନ ସିନ୍ଦୂର ଏବଂ ବିଶ୍ୱ ହିନ୍ଦୁ ପରିଷଦ କେସିଙ୍ଗା ଉପସଭାପତି ଶଙ୍କରଲାଲ ଗର୍ଗଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।
ସେହିପରି କେସିଙ୍ଗା ସହରର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ, ବିଭିନ୍ନ ସଂଗଠନ, କେସିଙ୍ଗା ବିଜ୍ଞପିତ ଅଞ୍ଚଳ ପରିଷଦର କର୍ମଚାରୀ, ବିଭିନ୍ନ ସରକାରୀ କାର୍ଯ୍ୟାଳୟର କର୍ମଚାରୀ, ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା ଏବଂ ସରକାରୀ-ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ଉତ୍ସାହର ସହ ଯାତ୍ରାରେ ସାମିଲ ହୋଇଥିଲେ।
ତ୍ରିରଙ୍ଗା ହାତରେ ଧରି ସହର ପରିକ୍ରମା କରିଥିବା ଏହି ଶୋଭାଯାତ୍ରା କେସିଙ୍ଗା ସହରରେ ଦେଶପ୍ରେମ ଓ ଜାତୀୟ ଏକତାର ବାର୍ତ୍ତା ପ୍ରସାର କରିଥିଲା। ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ଉପସ୍ଥିତି ଯାତ୍ରାକୁ ଅଧିକ ଆକର୍ଷଣୀୟ କରିଥିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User