ଜୁନାଗଡ଼ରେ ଓଡ଼ିଆ ସାମ୍ବାଦିକ ଦିବସ: ଏକତା, ନୈତିକତା ଓ ସାମ୍ବାଦିକ ସ୍ୱାର୍ଥ ସୁରକ୍ଷା ଉପରେ ଗୁରୁତ୍ୱ
ଜୁନାଗଡ଼, ୪l8(ଷ୍ଟାରନ୍ୟୁଜ ଓଡ଼ିଶା) କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ସ୍ଥିତ ଆର୍.ଏମ୍.ସି. କନଫରେନ୍ସ ହଲ୍ରେ ମିଡିଆ କ୍ଲବ୍ ପକ୍ଷରୁ ଓଡ଼ିଆ ସାମ୍ବାଦିକ ଦିବସ ଉତ୍ସାହର ସହ ପାଳନ କରାଯାଇଛି। ସଂଗଠନର ସଭାପତି ଆଦିତ୍ୟ ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବଦଳୁଥିବା ସାମ୍ବାଦିକତାର ପରିବେଶ, ସାମ୍ବାଦିକଙ୍କ ବୃତ୍ତିଗତ ଚ୍ୟାଲେଞ୍ଜ, ସୁରକ୍ଷା ଓ ସାମାଜିକ ଦାୟିତ୍ୱ ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ଗଭୀର ଆଲୋଚନା ହୋଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବରିଷ୍ଠ ସାମ୍ବାଦିକ ମୁକେଶ ଅଗ୍ରୱାଲ୍ କହିଥିଲେ ଯେ, ସାମ୍ବାଦିକତା କେବଳ ଏକ ପେଶା ନୁହେଁ, ବରଂ ସମାଜ ପ୍ରତି ଏକ ଦାୟିତ୍ୱବୋଧ। ସତ୍ୟ, ନିରପେକ୍ଷତା ଓ ନୈତିକ ମୂଲ୍ୟବୋଧକୁ ଅକ୍ଷୁଣ୍ଣ ରଖି ସାମ୍ବାଦିକମାନେ କାର୍ଯ୍ୟ କଲେ ଗଣମାଧ୍ୟମ ପ୍ରତି ସାଧାରଣ ଲୋକଙ୍କ ବିଶ୍ୱାସ ଆହୁରି ସୁଦୃଢ଼ ହେବ। ସେ ସାମ୍ବାଦିକମାନଙ୍କ ମଧ୍ୟରେ ଏକତା, ପାରସ୍ପରିକ ସହଯୋଗ ଓ ବୃତ୍ତିଗତ ଦକ୍ଷତା ବୃଦ୍ଧି ପାଇଁ ସମସ୍ତଙ୍କୁ ଏକାଠି କାମ କରିବାକୁ ଆହ୍ୱାନ ଜଣାଇଥିଲେ।
ଏହି ଅବସରରେ ମିଡିଆ କ୍ଲବ୍ର ସମ୍ପାଦକ ବିନୟ ଭୂଷଣ ଦଣ୍ଡସେନା, ଉପସଭାପତି ପୂର୍ଣ୍ଣ ପାଣିଗ୍ରାହୀ, ସହ-ସମ୍ପାଦକ ବାଲେଶ୍ୱର ସୁନାନୀ, କୋଷାଧ୍ୟକ୍ଷ ସ୍ୱାସ୍ତିଦୀପ ଆଦିତ୍ୟଙ୍କ ସମେତ ଜିତେନ୍ଦ୍ର ମେହେର, ଲାବଣ୍ୟ ନାଏକ, ସପ୍ତସ୍ୱର ପାଢ଼ୀ, ସୁରେଶ ବାଗ, ଦୁଲେନ୍ଦ୍ର ମେହେର ଓ କାଳିଆ କନ୍ଦପାନ ପ୍ରମୁଖ ଉପସ୍ଥିତ ରହିଥିଲେ। ଆଲୋଚନା ଶେଷରେ ସାମ୍ବାଦିକ ସମାଜର କଲ୍ୟାଣ, ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ସାମ୍ବାଦିକଙ୍କ ସ୍ୱାର୍ଥ ସୁରକ୍ଷା ନିମନ୍ତେ ସର୍ବସମ୍ମତିକ୍ରମେ ଏକାଧିକ ପ୍ରସ୍ତାବ ଗୃହୀତ ହୋଇଥିଲା।
What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)