ପୁଣି ଭାଙ୍ଗିଲା ଘର୍ଲା ଜୋର୍ ଆପ୍ରୋଚ୍ ପୋଲ, କଲମପୁର–ଜୁନାଗଡ଼ ଯାତାୟାତ ଠପ
କଳାହାଣ୍ଡି, ୨୩ l୮ (ଷ୍ଟାରନିୟୁଜ ଓଡ଼ିଶା): କଳାହାଣ୍ଡି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ପୁଣିଥରେ ଜନଜୀବନ ପ୍ରଭାବିତ ହୋଇଛି। ଘର୍ଲା ଜୋର୍ ଉପରେ ନିର୍ମିତ ଆପ୍ରୋଚ୍ ପୋଲ ପୁଣିଥରେ ଭାଙ୍ଗିଯିବାରୁ କଲମପୁର–ଜୁନାଗଡ଼ ମଧ୍ୟରେ ଯାତାୟାତ ଠପ ହୋଇପଡ଼ିଛି।
ପୋଲର ଆପ୍ରୋଚ୍ ଅଂଶ ଭାଙ୍ଗିଯିବା ଫଳରେ ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏହି ରାସ୍ତା ଉପରେ ଦୈନନ୍ଦିନ ଯାତାୟାତ ପାଇଁ ନିର୍ଭର କରୁଥିବା ଲୋକେ ଏବେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ବର୍ଷା ହେଲେ ଏହି ଅଞ୍ଚଳରେ ଯାତାୟାତ ସମସ୍ୟା ବାରମ୍ବାର ଦେଖାଦେଉଥିବାରୁ ସ୍ଥାୟୀ ସମାଧାନ ଦାବି ହେଉଛି। ତୁରନ୍ତ ଭଙ୍ଗା ଅଂଶର ମରାମତି କରି ଯାତାୟାତ ସ୍ୱାଭାବିକ କରିବା ସହ ପୋଲର ସ୍ଥାୟୀ ମରାମତି ପାଇଁ ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)