ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ୩୭୫ ତୀର୍ଥଯାତ୍ରୀ ୧୧ଟି ଏସି ବସ୍ରେ ପୁରୀ ଅଭିମୁଖେ ଯାତ୍ରା
ଭବାନୀପାଟଣା, ୨୮/୦୯ (ଷ୍ଟାର ନ୍ୟୁଜ୍ ଓଡ଼ିଶା): ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ଅଧୀନରେ କଳାହାଣ୍ଡି ଜିଲ୍ଲାର ୩୭୫ ଜଣ ତୀର୍ଥଯାତ୍ରୀଙ୍କ ପୁରୀ ଶ୍ରୀକ୍ଷେତ୍ର ଯାତ୍ରା ସୋମବାର ଆରମ୍ଭ ହୋଇଛି। ୧୧ଟି ଏସି ବସ୍ରେ ତୀର୍ଥଯାତ୍ରୀମାନେ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି।
ଭବାନୀପାଟଣା ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ଯାତ୍ରାରେ ୧୧ ଜଣ ଏସ୍କର୍ଟ ଅଧିକାରୀ ଓ ୨ ଜଣ ପାରାମେଡିକ୍ ଷ୍ଟାଫ୍ ମଧ୍ୟ ସାମିଲ ହୋଇଛନ୍ତି।
ଯାତ୍ରା ପୂର୍ବରୁ ସମସ୍ତ ତୀର୍ଥଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସୁବୋଧ ଛତ୍ରିଆଙ୍କ ତତ୍ତ୍ୱାବଧାନରେ ଯାତ୍ରାର ସମସ୍ତ ବ୍ୟବସ୍ଥା କରାଯାଇଥିଲା। ମହାପ୍ରଭୁଙ୍କ ଦର୍ଶନ ପାଇଁ ତୀର୍ଥଯାତ୍ରୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)