୮ ବର୍ଷ ପରେ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ର ରାଜନୀତି ସରଗରମ ୩ ପ୍ରମୁଖ ଛାତ୍ର ସଂଗଠନ ସହ ସ୍ୱାଧୀନ ପ୍ରାର୍ଥୀଙ୍କ ନାମାଙ୍କନ, ୧୫ରେ ମତଦାନ
ଭବାନୀପାଟଣା,୯/୧୦ (ଷ୍ଟାରନ୍ୟୁଜ ଓଡ଼ିଶା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ପୁଣି ଚଳଚଞ୍ଚଳ ହୋଇଉଠିଛି ଭବାନୀପାଟଣାସ୍ଥିତ ମାଁ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ। ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ମତା ବଢ଼ିଥିବା ବେଳେ ନାମାଙ୍କନ ଦାଖଲର ଶେଷ ଦିନରେ ୩ଟି ପ୍ରମୁଖ ଛାତ୍ର ସଂଗଠନ ସହ ଜଣେ ସ୍ୱାଧୀନ ପ୍ରାର୍ଥୀ ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
ସମର୍ଥକଙ୍କ ଗହଣରେ ଶୋଭାଯାତ୍ରା କରି ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିଥିବାରୁ କ୍ୟାମ୍ପସରେ ନିର୍ବାଚନୀ ମାହୋଲ ଜମିବା ଆରମ୍ଭ ହୋଇଛି। ନାମାଙ୍କନ ଯାଞ୍ଚ ପରେ ପ୍ରଚାର ଅଭିଯାନ ଆହୁରି ଜୋରଦାର ହେବ। ଛାତ୍ରଛାତ୍ରୀଙ୍କ ସମର୍ଥନ ହାସଲ ପାଇଁ ପ୍ରାର୍ଥୀମାନେ ନିଜ ନିଜ ରଣନୀତି ସହ ମଇଦାନକୁ ଓହ୍ଲାଇବେ।
ଦୀର୍ଘ ବର୍ଷ ପରେ ନିର୍ବାଚନ ହେଉଥିବାରୁ ଏଥର କ୍ୟାମ୍ପସ ରାଜନୀତିକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଦେଇଛି। ଅନ୍ୟପକ୍ଷରେ, ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ରଖାଯାଇଛି।
ଆସନ୍ତା ୧୫ ତାରିଖରେ ମତଦାନ ହେବାକୁ ଥିବାରୁ ଏବେ ସମସ୍ତଙ୍କ ନଜର ନିର୍ବାଚନୀ ଫଳାଫଳ ଉପରେ। ଛାତ୍ରଛାତ୍ରୀ କାହାକୁ ନେତୃତ୍ୱର ଦାୟିତ୍ୱ ଦେବେ ଏବଂ କେଉଁ ସଂଗଠନ ବାଜି ମାରିବ, ତାହା ଭୋଟ୍ ଗଣତି ପରେ ସ୍ପଷ୍ଟ ହେବ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)