ଅଙ୍ଗନୱାଡ଼ି କର୍ମୀଙ୍କ ପାଇଁ ୩୦ ହଜାର, ସହାୟିକାଙ୍କୁ ୧୫ ହଜାର ଟଙ୍କା ପାରିଶ୍ରମିକ ଦାବି

Oct 12, 2026 - 20:39
0 39
ଅଙ୍ଗନୱାଡ଼ି କର୍ମୀଙ୍କ ପାଇଁ ୩୦ ହଜାର, ସହାୟିକାଙ୍କୁ ୧୫ ହଜାର ଟଙ୍କା ପାରିଶ୍ରମିକ ଦାବି

ଭବାନୀପାଟଣା, ୧୨/୧୦ (ଷ୍ଟାରନ୍ୟୁଜ ଓଡ଼ିଶା): ରାଜ୍ୟର ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କ ବିଭିନ୍ନ ଦୀର୍ଘଦିନର ଦାବି ପୂରଣ ପାଇଁ ପୁଣି ଉଠିଛି ସ୍ୱର। ସରକାରୀ କର୍ମଚାରୀର ମାନ୍ୟତା, ପାରିଶ୍ରମିକ ବୃଦ୍ଧି, ବକେୟା ଅର୍ଥ ପ୍ରଦାନ ଓ ଚାକିରି ସମ୍ବନ୍ଧୀୟ ସମସ୍ୟାର ସମାଧାନ ଦାବିରେ ଭାରତୀୟ ମଜଦୂର ସଂଘ ସହ ଅନୁବନ୍ଧିତ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ପକ୍ଷରୁ ସୋମବାର ଭବାନୀପାଟଣାଠାରେ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏହି ଦାବିପତ୍ର ଦିଆଯାଇ ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ ପାଇଁ ଦାବି ହୋଇଛି।
ସଂଘର ପ୍ରମୁଖ ଦାବି ମଧ୍ୟରେ ଅଙ୍ଗନୱାଡ଼ି କର୍ମୀଙ୍କୁ ମାସିକ ୩୦ ହଜାର ଟଙ୍କା ଏବଂ ସହାୟିକାଙ୍କୁ ୧୫ ହଜାର ଟଙ୍କା ପାରିଶ୍ରମିକ ପ୍ରଦାନ ସହ ଉଭୟଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦେବା ଅନ୍ତର୍ଭୁକ୍ତ। ଏଥିସହ ୨୦୨୪ ନିର୍ବାଚନ ଇସ୍ତାହାରରେ ଘୋଷଣା କରାଯାଇଥିବା ପାରିଶ୍ରମିକ ବୃଦ୍ଧିକୁ ଶୀଘ୍ର ଲାଗୁ କରିବାକୁ ସଂଘ ଦାବି ଜଣାଇଛି।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User