ଯୌତୁକ ନିର୍ଯାତନାର କରୁଣ ପରିଣତି! ବୋହୂଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ଅଭିଯୋଗ, ଗୁରୁତର ଅବସ୍ଥାରେ ଭବାନୀପାଟଣା ସ୍ଥାନାନ୍ତର
କଳାହାଣ୍ଡି, ୧୨/୧୦ (ଷ୍ଟାର ନ୍ୟୁଜ ଓଡ଼ିଶା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଗୋତମୁଣ୍ଡା ଗ୍ରାମରେ ଯୌତୁକ ନିର୍ଯାତନାକୁ କେନ୍ଦ୍ର କରି ଜଣେ ବୋହୂଙ୍କ ଦେହରେ ଶ୍ୱଶୁର ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିବା ସଙ୍ଗୀନ ଅଭିଯୋଗ ହୋଇଛି। ଏହି ଘଟଣାରେ ଗୁରୁତର ଆହତ ବୋହୂ ଗୀତାଞ୍ଜଳିଙ୍କୁ ପ୍ରଥମେ ଧର୍ମଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ଭବାନୀପାଟଣାସ୍ଥିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଅଭିଯୋଗ ଅନୁଯାୟୀ, ୨୦୨୧ ମସିହାରେ ଗୀତାଞ୍ଜଳିଙ୍କ ବିବାହ ପରଠାରୁ ଯୌତୁକକୁ ନେଇ ତାଙ୍କୁ ଶାରୀରିକ ଓ ମାନସିକ ଭାବେ ନିର୍ଯାତନା ଦିଆଯାଉଥିଲା। ଗତ ରବିବାର ସନ୍ଧ୍ୟାରେ ତାଙ୍କ ଶ୍ୱଶୁର ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିବା ଗୀତାଞ୍ଜଳିଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ଘଟଣା ପରେ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଉଦ୍ବେଗ ପ୍ରକାଶ ପାଇଛି।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)