କଲମପୁର ଠାରେ ପ୍ରସ୍ତାବିତ ସ୍ପୋର୍ଟସ କମ୍ପ୍ଲେକ୍ସ କୁ ସ୍ଥାନାନ୍ତର ପ୍ରତିବାଦରେ କଲମପୁର ସ୍ବାଭିମାନ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା I

Nov 18, 2026 - 20:31
0 11
କଲମପୁର ଠାରେ ପ୍ରସ୍ତାବିତ ସ୍ପୋର୍ଟସ କମ୍ପ୍ଲେକ୍ସ କୁ ସ୍ଥାନାନ୍ତର ପ୍ରତିବାଦରେ କଲମପୁର ସ୍ବାଭିମାନ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା  I

କଳାହାଣ୍ଡି,୧୮/୧୧ ( ଷ୍ଟାରନିୟୁଜ ଓଡିଶା )କଳାହାଣ୍ଡି ଜିଲ୍ଲା, କଳମପୁର ବ୍ଲକ ଦୋକାନ ବଜାର ବନ୍ଦ,ବନ୍ଦ ହେଲା ଅଖ ଚକ,ବନ୍ଦ ହେଲା ସ୍କୁଲ କଲେଜ, ଅଚଳ ହେଲା ସରକାରୀ ବେସରକାରୀ କାର୍ଯ୍ୟାଳୟ ରାଜ୍ୟ ସରାକରାଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପ୍ରତି ବ୍ଲକ ମୁଖ୍ୟାଳୟରେ ସ୍ପୋର୍ଟସ୍‌ କମ୍ପ୍ଲେକ୍ସ ସ୍ଥାପନ ପାଇଁ ପଦକ୍ଷେପ ନିଆଯାଇଛି । କଳାହାଣ୍ଡି ଜିଲ୍ଲାର କଲମପୁର ବ୍ଳକ କଲମପୁର ମୁଖ୍ୟାଳୟ ଠାରେ ସଠିକ ଆକଳନ କରାନଯାଇ ଆବଶ୍ୟକ ଜମି ଅଭାବ ଦର୍ଶାଇ ଭକ୍ତ ସ୍ପୋର୍ଟସ୍ କମ୍ପ୍ଲେକ୍ସ କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ପ୍ରୟାସ କରାଯାଉଛି । ଯାହାକୁ ନେଇ କଲମପୁର ଯୁବ ଗୋଷ୍ଠୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖା ଦେଇଛି । ଏ ନେଇ ବ୍ଲକ ଏବଂ ତହସିଲ ମାଧ୍ୟମରେ ଜିଲ୍ଲା ପ୍ରଶାସନକୁ ଲିଖିତ ଭାବେ ଜଣାଇ ଦିଆଯାଇଥିଲା । ଆଜି ବୁଧବାର କଲମପୁର ଯୁବ ଶକ୍ତି କଲମପୁର ମାଟିର ସ୍ଵାଭିମାନ ରକ୍ଷା ପାଇଁ ଆନ୍ଦୋଳନ ମୁହାଁ ହେଇଛନ୍ତି । ରାଜ ରାସ୍ତାକୁ ଓହ୍ଲାଇ କଲମପୁର ଅଞ୍ଚଳବାସୀଙ୍କ ସହଯୋଗ ନେଇ କଲମପୁର ବନ୍ଦ କରିଛନ୍ତି । ସକାଳ ୬ରୁ ସଂଧ୍ୟା ୬ ଯାଏ ୧୨ ଘଣ୍ଟା ଧରି ଏହି ବନ୍ଦ ପାଳନ କରାଯିବ । ଯେଉଁଥିପାଇଁ କଲମପୁର ଠାରେ ଦୋକାନ ବଜାର ବନ୍ଦ ହେବା ସହ ବନ୍ଦ୍ ହେଇଛି ଅଖ ଚକ,ହାତୀ ନଦୀ ପୋଲ ନିର୍ମାଣ ଆନ୍ଦୋଳନ ପରେ କଲମପୁର ଅଞ୍ଚଳର ଏହା ଦ୍ଵିତୀୟ ବୃହତ ଆନ୍ଦୋଳନ । ଯେଉଁଠି ସମସ୍ତ ଲୋକ ଏକଜୁଟ ହେIଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି . ପାର୍ଟି ନୁହେଁ ମାଟି ଏହି ଡାକରାରେ ସମଗ୍ର ଜଳମପୁର ଅଞ୍ଚଳ ପ୍ରକମ୍ପିତ ହେଉଛି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User