କେସିଙ୍ଗାରେ ‘ପ୍ରକାଶ ୩.୦’ ଅଭିଯାନର ଶୁଭାରମ୍ଭ ଏ-୧ ଗ୍ରେଡ୍ ଲକ୍ଷ୍ୟରେ ୬୬ ମେଧାବୀ ଆକାଂକ୍ଷୀଙ୍କୁ ମାର୍ଗଦର୍ଶନ, ସାମିଲ ହେଲେ ଅଭିଭାବକ ଓ ପ୍ରଧାନଶିକ୍ଷକ
କେସିଙ୍ଗା, ୧୨/୧୦ (ଷ୍ଟାରନିୟୁଜ ଓଡ଼ିଶା): ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଏ-୧ ଗ୍ରେଡ୍ ହାସଲ କରିବାର ଲକ୍ଷ୍ୟ ନେଇ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଅଭିନବ ଶିକ୍ଷାଭିତ୍ତିକ ପଦକ୍ଷେପ ‘ପ୍ରକାଶ ୩.୦’। ଆଗାମୀ ୨୦୨୭ ମସିହା ହାଇସ୍କୁଲ ସାର୍ଟିଫିକେଟ୍ (ଏଚ୍ଏସ୍ସି) ପରୀକ୍ଷାରେ ଉତ୍କୃଷ୍ଟ ଫଳାଫଳ ସହ ଏ-୧ ଗ୍ରେଡ୍ ହାସଲ ପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ ଓ ଦିଗ୍ଦର୍ଶନ ଦେବା ଉଦ୍ଦେଶ୍ୟରେ ଅକ୍ଟୋବର ୧୨ ତାରିଖରେ କେସିଙ୍ଗାସ୍ଥିତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି।
ଏହି ଅଭିଯାନରେ କେସିଙ୍ଗା ବ୍ଲକ୍ର ୬୬ ଜଣ ଏ-୧ ଆକାଂକ୍ଷୀ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସମେତ ୬୬ ଜଣ ଅଭିଭାବକ ଓ ବ୍ଲକ୍ର ୩୦ ଜଣ ପ୍ରଧାନଶିକ୍ଷକ ଯୋଗଦେଇଥିଲେ। କେବଳ ପାଠପଢ଼ାରେ ସୀମିତ ନରହି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ନିୟମିତ ଅଧ୍ୟୟନ, ସମୟର ସଦୁପଯୋଗ ଓ ଲକ୍ଷ୍ୟ ହାସଲ ପାଇଁ ଦୃଢ଼ ସଂକଳ୍ପ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।

What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)