ଘରକୁ ତାଲା ମାରି କିଛି ଦିନ ପାଇଁ ବାହାରକୁ ଯାଉଥିଲେ ଥାନାକୁ ଜଣାନ୍ତୁ: କେସିଙ୍ଗା ପୋଲିସ

Aug 11, 2026 - 10:47
0 72
ଘରକୁ ତାଲା ମାରି କିଛି ଦିନ ପାଇଁ ବାହାରକୁ ଯାଉଥିଲେ ଥାନାକୁ ଜଣାନ୍ତୁ: କେସିଙ୍ଗା ପୋଲିସ

କେସିଙ୍ଗା, ୧୧/୮ (ଷ୍ଟାରନ୍ୟୁଜ ଓଡ଼ିଶା): କେସିଙ୍ଗା ସହରରେ ଦିନକୁ ଦିନ ଚୋରି ଓ ଡକାୟତି ଭଳି ଅପରାଧ ବଢ଼ୁଥିବା ବେଳେ ସହରବାସୀଙ୍କୁ ସତର୍କ ରହିବା ସହ ପୋଲିସକୁ ସହଯୋଗ କରିବାକୁ କେସିଙ୍ଗା ପୋଲିସ ପକ୍ଷରୁ ନିବେଦନ କରାଯାଇଛି।
କେସିଙ୍ଗା ଆଦର୍ଶ ଥାନାର ଥାନା ଅଧିକାରୀ ଜିତେନ୍ଦ୍ର ବିଶ୍ୱାଳ ଏକ ଅଡିଓ ବାର୍ତ୍ତା ମାଧ୍ୟମରେ ସହରବାସୀଙ୍କୁ ସତର୍କ କରିଛନ୍ତି। ସେ କହିଛନ୍ତି, କେସିଙ୍ଗା ସହରର କୌଣସି ପରିବାର ଯଦି ଜରୁରୀ କିମ୍ବା ମହତ୍ତ୍ୱପୂର୍ଣ୍ଣ କାମରେ କିଛି ଦିନ ପାଇଁ ଘରେ ତାଲା ପକାଇ ସହର ବାହାରକୁ ଯାଉଛନ୍ତି, ତେବେ ଯିବା ପୂର୍ବରୁ କେସିଙ୍ଗା ଥାନାକୁ ଲିଖିତ ଭାବେ ଜଣାଇବାକୁ ଅନୁରୋଧ କରାଯାଇଛି।
ଥାନାକୁ ଏହି ସୂଚନା ଦିଆଗଲେ ଖାଲି ଥିବା ଘରଗୁଡ଼ିକ ଉପରେ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ନଜର ରଖାଯାଇପାରିବ। ଫଳରେ ଚୋରି, ଡକାୟତି ଭଳି ଅପରାଧକୁ ରୋକିବା ସହ ଲୋକଙ୍କ ଉପାର୍ଜିତ ଧନସମ୍ପତ୍ତିର ସୁରକ୍ଷା ନିଶ୍ଚିତ କରିବାରେ ପୋଲିସକୁ ସହାୟତା ମିଳିବ।
କେସିଙ୍ଗା ପୋଲିସର ଏହି ସଚେତନତାମୂଳକ ପଦକ୍ଷେପକୁ ସହରବାସୀ ସ୍ୱାଗତ କରିବା ସହ ନିଜ ଘରର ସୁରକ୍ଷା ପାଇଁ ପୋଲିସକୁ ସହଯୋଗ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।
କେସିଙ୍ଗା ରୁ ସୁଜୟ ନଙ୍ଗାଳତି ଙ୍କ ରିପୋର୍ଟ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User