ଜ୍ୟୋତି ସଂକଳ୍ପ ଯାତ୍ରାରେ ବିକଶିତ ଭାରତ–ଓଡ଼ିଶା ଗଠନର ଶପଥ ୨୦୪୭ ସୁଦ୍ଧା ଆତ୍ମନିର୍ଭର ଓ ଶକ୍ତିଶାଳୀ ଭାରତ ପାଇଁ କଳାହାଣ୍ଡି ବିଜେପିର ସଂକଳ୍ପ
ଭବାନୀପାଟଣା, ୭/୧୦ (ଷ୍ଟାରନିୟୁଜ ଓଡ଼ିଶା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୫ ବର୍ଷର ରାଷ୍ଟ୍ରସେବା ଓ ଦେଶ ଗଠନର ଚିନ୍ତାଧାରାରୁ ପ୍ରେରଣା ନେଇ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଗଠନର ଲକ୍ଷ୍ୟକୁ ନେଇ ବିଜେପି ପକ୍ଷରୁ ଆୟୋଜିତ ‘ଜ୍ୟୋତି ସଂକଳ୍ପ ଯାତ୍ରା’ କଳାହାଣ୍ଡିରେ ଉତ୍ସାହର ସହ ଅନୁଷ୍ଠିତ ହୋଇଛି।
ଭବାନୀପାଟଣା ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିକଶିତ ଭାରତ ସହ ବିକଶିତ ଓଡ଼ିଶା ଗଠନ ନେଇ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାମାନେ ସଂକଳ୍ପ ନେଇଥିଲେ। ଭିଡିଓ କନ୍ଫରେନ୍ସିଂ ଜରିଆରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣାଦାୟୀ ବାର୍ତ୍ତା ଉପସ୍ଥିତ ନେତା ଓ କାର୍ଯ୍ୟକର୍ତ୍ତା ଶୁଣିଥିଲେ।
ଜିଲ୍ଲା ପ୍ରଭାରୀ ଶିବାଜୀ ମହାନ୍ତିଙ୍କ ଅଭିଭାଷଣ ପରେ ବିକଶିତ ଭାରତ, ବିକଶିତ ଓଡ଼ିଶା ଗଠନ ସହ ବିଶ୍ୱଶାନ୍ତିର ବାର୍ତ୍ତା ପ୍ରସାର ପାଇଁ ସମସ୍ତେ ସଂକଳ୍ପ ପାଠ କରିଥିଲେ। ଦେଶର ବିକାଶ କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ପ୍ରତ୍ୟେକ ନାଗରିକଙ୍କ ସାମୂହିକ ଭୂମିକା ଆବଶ୍ୟକ ବୋଲି ଏହି ଅବସରରେ ମତ ପ୍ରକାଶ ପାଇଥିଲା।
କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ, ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହ ଦେଓ, ପୂର୍ବତନ ବିଧାୟକ ଅନାମ ନାଏକ, ଜିଲ୍ଲା ଉପସଭାପତି ମୁକେଶ ଅଗ୍ରୱାଲ, ସନ୍ତୋଷିନୀ ଦାସ, ରୁପେଶ ଜୈନ, ବରିଷ୍ଠ ନେତା ଭାରତ ଦେଓ, ଅଜୟ ପାଣିଗ୍ରାହୀ, ପ୍ରଶାନ୍ତ ସାହୁ, ମନୋଜ ମେହେର, ରମେଶ ମାଝୀ, ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟରଞ୍ଜନ ବେହେରା, ହିମାଂଶୁ ପଣ୍ଡା, ଲୋକନାଥ ଦୁର୍ଗା, ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ବିଶି, ଶୋଭାଗିନୀ ପାତ୍ର, ଯୁବନେତା ଦିବ୍ୟଜ୍ୟୋତି ମୁଣ୍ଡ, ନଗର ସଭାପତି ଚିତ୍ତରଞ୍ଜନ ପାତ୍ର ଓ ଜିଲ୍ଲା ମିଡିଆ ସଂଯୋଜକ ନରହରି ପଟ୍ଟନାୟକଙ୍କ ସମେତ ବହୁ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।

What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)