ବାତ୍ୟା ମୁକାବିଲା ପାଇଁ କେସିଙ୍ଗା ପ୍ରଶାସନର ମାନବିକ ପଦକ୍ଷେପ: ଆଶ୍ରୟସ୍ଥଳୀରେ ରହୁଥିବା ଅସହାୟ ପରିବାରଙ୍କୁ ଖାଦ୍ୟ ବଣ୍ଟନ
କେସିଙ୍ଗା, ୨୦/୧୧ (ଷ୍ଟାରନିୟୁଜ ଓଡିଶା ):ସମ୍ଭାବ୍ୟ ବାତ୍ୟା ‘ଆକୱାନ’ (Cyclone Akvan) ର ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତି ଜୋରଦାର ହୋଇଥିବା ବେଳେ କେସିଙ୍ଗା ସହରର କଲେକ୍ଟରପଡ଼ାରେ ରହୁଥିବା ନିରୀହ, ଗରିବ ଓ ଅସହାୟ ପରିବାରଙ୍କ ପାଇଁ କେସିଙ୍ଗା ପ୍ରଶାସନର ମାନବିକ ପଦକ୍ଷେପ ଦେଖିବାକୁ ମିଳିଛି।
ଦୀର୍ଘ ବର୍ଷ ଧରି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପଲିଥିନ ଓ ଅସ୍ଥାୟୀ ଘର ତଳେ ଜୀବନ ବିତାଉଥିବା ଏହି ଗରିବ ପରିବାରଗୁଡ଼ିକ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସବୁଠାରୁ ଅଧିକ ବିପଦର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଗତକାଲି ପ୍ରଶାସନ ପକ୍ଷରୁ ସେମାନଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ଯାଇ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା।
ଏହି ପରିପ୍ରେକ୍ଷୀରେ ଆଜି କେସିଙ୍ଗା ବିଡିଓ ଜନ୍ମଜୟ ସ୍ୱାଇଁ, ତହସିଲଦାର ପ୍ରଶାନ୍ତି ପ୍ରଧାନ, ଏବିଡିଓ, କନ୍ତେଶିର ପଞ୍ଚାୟତ ର ପିଇଓ ଚିନ୍ମୟୀ ନାଏକ,କନ୍ତେସିର ନାଏବ ସରପଞ୍ଚ ଙ୍କ ସମେତ ଆରଆଇ ଓ ଅନ୍ୟାନ୍ୟ ସରକାରୀ କର୍ମଚାରୀ ଆଶ୍ରୟସ୍ଥଳୀରେ ପହଞ୍ଚିଥିଲେ। ସେଠାରେ ଆଶ୍ରୟ ନେଇଥିବା ଗରିବ ଓ ଅସହାୟ ପରିବାରଙ୍କୁ ଖାଦ୍ୟ ବଣ୍ଟନ କରିବା ସହ ସେମାନଙ୍କ ସୁବିଧା ଓ ସୁରକ୍ଷା ସମ୍ପର୍କରେ ଯତ୍ନ ନେଇଥିଲେ।

What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)