ଭବାନୀପାଟଣାରେ ଉତ୍ସାହର ସହ ପାଳିତ ହେଲା ସମ୍ବଲପୁରୀ ଦିବସ

Aug 01, 2026 - 21:04
0 38
ଭବାନୀପାଟଣାରେ ଉତ୍ସାହର ସହ ପାଳିତ ହେଲା ସମ୍ବଲପୁରୀ ଦିବସ

ଭବାନୀପାଟଣା, ୧ ଅଗଷ୍ଟ (ଷ୍ଟାରନ୍ୟୁଜ ଓଡ଼ିଶା):ପଶ୍ଚିମ ଓଡ଼ିଶାର ଗୌରବମୟ ଭାଷା, ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଜଣାଇ ଭବାନୀପାଟଣା ସହରରେ ଉତ୍ସାହ ଓ ଉଦ୍ଦୀପନାର ସହ ସମ୍ବଲପୁରୀ ଦିବସ ପାଳନ କରାଯାଇଛି। ଆର୍ ଟାଇଗର୍ସ ଫିଟନେସ୍ ଷ୍ଟୁଡିଓ ୨.୦ ଏବଂ ଏକେ ଯୋଗ ଷ୍ଟୁଡିଓର ମିଳିତ ଆନୁକୂଳ୍ୟରେ ହିଲ୍ ଟାଉନ୍‌ଠାରେ ଆୟୋଜିତ ଏହି ସାଂସ୍କୃତିକ ଉତ୍ସବରେ ବହୁ ସଂଖ୍ୟକ ଲୋକଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା।
ସନ୍ଧ୍ୟା ୫ଟା ୩୦ରୁ ଆରମ୍ଭ ହୋଇ ରାତି ୮ଟା ପର୍ଯ୍ୟନ୍ତ ଚାଲିଥିବା କାର୍ଯ୍ୟକ୍ରମରେ ସମ୍ବଲପୁରୀ ନୃତ୍ୟ ପରିବେଷଣ, କେକ୍ କଟିଂ, ସାଂସ୍କୃତିକ ପ୍ରଦର୍ଶନ ଏବଂ ବିଭିନ୍ନ ମନୋରଞ୍ଜନଧର୍ମୀ ଆୟୋଜନ ଉପସ୍ଥିତ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ସମ୍ବଲପୁରୀ ପୋଷାକରେ ସଜ୍ଜିତ ଯୁବକ-ଯୁବତୀ ଓ ମହିଳାମାନଙ୍କ ଉପସ୍ଥିତି ଉତ୍ସବକୁ ଆହୁରି ରଙ୍ଗୀନ କରିଥିଲା।
ବକ୍ତାମାନେ କହିଥିଲେ ଯେ ସମ୍ବଲପୁରୀ ସଂସ୍କୃତି କେବଳ ଗୀତ, ନୃତ୍ୟ କିମ୍ବା ବସ୍ତ୍ରରେ ସୀମିତ ନୁହେଁ; ଏହା ପଶ୍ଚିମ ଓଡ଼ିଶାର ଜନଜୀବନ, କୃଷି ପରମ୍ପରା, ଲୋକକଳା, ଭାବନା ଓ ଆତ୍ମପରିଚୟର ଏକ ସଶକ୍ତ ପ୍ରତୀକ। ଏଭଳି ଉତ୍ସବ ଯୁବପିଢ଼ିଙ୍କ ମନରେ ନିଜ ଐତିହ୍ୟ ପ୍ରତି ଆଗ୍ରହ ଓ ଗର୍ବବୋଧ ସୃଷ୍ଟି କରିବାରେ ସହାୟକ ବୋଲି ସେମାନେ ମତ ପ୍ରକାଶ କରିଥିଲେ।
ସମ୍ବଲପୁରୀ ଦିବସ ଅବସରରେ ସମସ୍ତେ ନିଜ ଭାଷା, ସଂସ୍କୃତି ଓ ପରମ୍ପରାକୁ ସଂରକ୍ଷଣ ଏବଂ ପ୍ରଚାର ପ୍ରସାର କରିବାର ସଂକଳ୍ପ ନେଇଥିଲେ। ଆୟୋଜକମାନଙ୍କ ସୁଚାରୁ ପରିଚାଳନା ଓ ଅଂଶଗ୍ରହଣକାରୀଙ୍କ ଉତ୍ସାହ କାର୍ଯ୍ୟକ୍ରମକୁ ସଫଳ କରିଥିଲା।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 1
Angry Angry 0

Comments (0)

User