ମଦ ବନ୍ଦ ଦାବିରେ କୋକସରା ବ୍ଲକ ବଡପୋଡାଗୁଡା ମହିଳାଙ୍କ ରଣହୁଙ୍କାର I
କଳାହାଣ୍ଡି,୧୦/୧୧( ଷ୍ଟାରନିୟୁଜ ଓଡିଶା )କଳାହାଣ୍ଡି ଜିଲ୍ଲା, କୋକସରା ବ୍ଲକ ଅନ୍ତର୍ଗତ ବଡପୋଡଗୁଡା ଗ୍ରାମର ମହିଳାଙ୍କ ରଣହୁଙ୍କାର ମଦ ବନ୍ଦ ଦାବିରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ,ମଦମୁକ୍ତ ସମାଜ ଗଠନ ପାଇଁ ଦାବି ଅଞ୍ଚଳରେ ମଦ ବିକ୍ରି ଓ ମଦ୍ୟପାନ ବନ୍ଦ କରିବା ଦାବିରେ ଏକାଠି ହୋଇଛନ୍ତି କୋକସରା ବ୍ଲକ ବଡପୋଡାଗୁଡା ପଞ୍ଚାୟତ ର ମହିଳା । ମଦ ଯୋଗୁଁ ଅନେକ ପରିବାରରେ ଅଶାନ୍ତି,ଘରୋଇ ହିଂସା,ଆର୍ଥିକ ସମସ୍ୟା ଓ ସାମାଜିକ ବିଶୃଙ୍ଖଳା ବଢ଼ୁଥିବା ଅଭିଯୋଗ କରି ମହିଳାମାନେ ଏହାର ଦୃଢ଼ ପ୍ରତିବାଦ କରିଛନ୍ତି । ମଦ ବିକ୍ରି ବନ୍ଦ କରିବା ସହ ଅବୈଧ ମଦ କାରବାର ଉପରେ ରୋକ୍ ଲଗାଇବା ଏବଂ ଅଞ୍ଚଳକୁ ମଦମୁକ୍ତ କରିବା ଦାବିରେ ମହିଳାମାନେ ଏକତ୍ରିତ ହୋଇ ଧର୍ମଗଡ ଉପଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଥିଲେ । ସେଠାରେ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରି ତୁରନ୍ତ ମଦ ବନ୍ଦ ପାଇଁ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ଜଣାଇଥିଲେ । ମହିଳାମାନଙ୍କ କହିବା ଅନୁଯାୟୀ,ମଦ ଯୋଗୁଁ ଅନେକ ଘରର ସୁଖଶାନ୍ତି ନଷ୍ଟ ହେଉଛି । ପରିବାରର ରୋଜଗାର ଅର୍ଥ ମଦ ପଛରେ ଖର୍ଚ୍ଚ ହେଉଥିବାରୁ ଶିଶୁଙ୍କ ଶିକ୍ଷା ଓ ପରିବାରର ଆର୍ଥିକ ସ୍ଥିତି ପ୍ରଭାବିତ ହେଉଛି । ତେଣୁ ମଦ ବନ୍ଦ ନହେବା ପର୍ଯ୍ୟନ୍ତ ମହିଳାଙ୍କ ଏହି ଲଢ଼େଇ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି I

What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)