ଶିକ୍ଷକଙ୍କ ମାଡ଼ ଭୟରେ ଛାତ୍ର ନିଖୋଜ ଅଭିଯୋଗ: ନେହେରୁ ସେବା ସଙ୍ଘରୁ ପଳାଇଥିବା ପଞ୍ଚମ ଶ୍ରେଣୀ ନାବାଳକ କେସିଙ୍ଗାରୁ ଉଦ୍ଧାର

Nov 18, 2026 - 20:49
0 23
ଶିକ୍ଷକଙ୍କ ମାଡ଼ ଭୟରେ ଛାତ୍ର ନିଖୋଜ ଅଭିଯୋଗ: ନେହେରୁ ସେବା ସଙ୍ଘରୁ ପଳାଇଥିବା ପଞ୍ଚମ ଶ୍ରେଣୀ ନାବାଳକ କେସିଙ୍ଗାରୁ ଉଦ୍ଧାର

କେସିଙ୍ଗା, : ୧୮/୧୧( ଷ୍ଟାରନିୟୁଜ ଓଡିଶା )କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ନେହେରୁ ସେବା ସଙ୍ଘର ପରିଚାଳନା ଓ ଛାତ୍ର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନୁଷ୍ଠାନରେ ରହୁଥିବା ଜୁନାଗଡ଼ ର ପଞ୍ଚମ ଶ୍ରେଣୀ ଛାତ୍ର ହୃଷିକେଶ ନାଏକ ଗତକାଲି ରାତିରୁ ନିଖୋଜ ହୋଇଯାଇଥିବା ବେଳେ ଆଜି କେସିଙ୍ଗା ପୋଲିସ ତାଙ୍କୁ ଉଦ୍ଧାର କରିଛି।
ମିଳିଥିବା ସୂଚନା ଅନୁଯାୟୀ, ନାବାଳକ ହୃଷିକେଶ ଗତକାଲି ରାତିରେ ନେହେରୁ ସେବା ସଙ୍ଘରୁ କାହାକୁ କିଛି ନଜଣାଇ ପଳାଇ ଆସିଥିଲେ। ତେବେ କେସିଙ୍ଗା ପୋଲିସ ଉଦ୍ଧାର କରିବା ପରେ ନାବାଳକ ଜଣକ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଶିକ୍ଷକଙ୍କ ମାଡ଼ ଭୟରେ ସେ ଅନୁଷ୍ଠାନ ଛାଡ଼ି ପଳାଇ ଆସିଥିବା ନାବାଳକ ଜଣକ ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ, ଏହି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ନେହେରୁ ସେବା ସଙ୍ଘର ଇନଚାର୍ଜଙ୍କୁ ପଚରାଯିବାରୁ ସେ ପ୍ରଥମେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ। ତେବେ ପରବର୍ତ୍ତୀ ସମୟରେ ସେ ଛାତ୍ରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି। ଏଥିସହ ଏ ସମ୍ପର୍କରେ ଶିଶୁ ମଙ୍ଗଳ ସମିତି କୁ ଅବଗତ କରାଯାଇଛି ଏବଂ ନାବାଳକଙ୍କୁ ଫେରାଇ ଆଣିବା ପାଇଁ ପଦକ୍ଷେପ ନିଆଯାଇଥିବା ଇନଚାର୍ଜ ପ୍ରତିକ୍ରିୟା ରଖିଛନ୍ତି।
ପିଲାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଅନୁଷ୍ଠାନରୁ ରାତିଅଧିଆ ଜଣେ ନାବାଳକ କିଭଳି ବାହାରକୁ ଚାଲିଗଲେ, ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User