ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସିଙ୍ଗାରେ ତୃତୀୟ ଅଭିଭାବକ-ଶିକ୍ଷକ ଓ ଏସ୍ଏମ୍ସି ବୈଠକ ଅନୁଷ୍ଠିତ
କେସିଙ୍ଗା, ୧୫/୧୦( ଷ୍ଟାରନିୟୁଜ ଓଡିଶା )

କେସିଙ୍ଗାସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଆଜି ତୃତୀୟ ଅଭିଭାବକ-ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି (ଏସ୍ଏମ୍ସି) ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଶିକ୍ଷା ବିଭାଗର ନିର୍ଦ୍ଦେଶକ ଶ୍ରୀ ବାଳମୁକୁନ୍ଦ ଭୂୟାଁ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, କଳାହାଣ୍ଡି ଶ୍ରୀ ହେମସାଗର ମହାନନ୍ଦ ଓ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ରୋହିତ କୁମାର ସାହୁ ଯୋଗଦେଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସମୀର କୁମାର ବେହେରା ବୈଠକରେ ଅଧ୍ୟକ୍ଷତା କରିବା ସହ ଉଦ୍ଘାଟନୀ ଅଭିଭାଷଣ ପ୍ରଦାନ କରିଥିଲେ ଓ ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀ ଶିବ ପ୍ରସାଦ ସାହୁ ଓ ଉପାଧ୍ୟକ୍ଷା ଶ୍ରୀମତୀ ସବିତା ସାହା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଶିକ୍ଷକ ଶ୍ରୀ ଜି. କ୍ରିଷ୍ଣା ରେଡ୍ଡୀ କାର୍ଯ୍ୟକ୍ରମର ସଂଯୋଜନା କରିଥଲେ। ବୈଠକରେ ସମଗ୍ର ଶିକ୍ଷା ଯୋଜନାର କାର୍ଯ୍ୟକାରିତା, ବିଦ୍ୟାଳୟରେ ଛାତ୍ରୀମାନଙ୍କ ସୁରକ୍ଷା, ସୁରକ୍ଷାମୂଳକ ବ୍ୟବସ୍ଥାର ଗୁରୁତ୍ୱ, ଶିଶୁ ଶ୍ରମ ନିରାକରଣରେ ଶିକ୍ଷକ ଓ ଅଭିଭାବକଙ୍କ ଭୂମିକା, ନିଶାମୁକ୍ତି ଅଭିଯାନ ଏବଂ ବିକଶିତ ଭାରତ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିସହ ସମ୍ମେଟିଭ୍ ଆସେସମେଣ୍ଟ–୧ର ଫଳାଫଳ ଅଭିଭାବକମାନଙ୍କ ସହ ଆଦାନପ୍ରଦାନ କରାଯାଇ ଛାତ୍ରୀମାନଙ୍କ ଶୈକ୍ଷିକ ଅଗ୍ରଗତି ଓ ଉନ୍ନତି ପାଇଁ ଶିକ୍ଷକ-ଅଭିଭାବକଙ୍କ ସମନ୍ୱିତ ପ୍ରୟାସ ଉପରେ ଗୁରୁତ୍ୱ ଦିଆଯାଇଥିଲା ବିଦ୍ୟାଳୟରେ ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଓ ଋତୁସ୍ରାବଜନିତ ସ୍ୱଚ୍ଛତା ପରିଚାଳନା ନିମନ୍ତେ ଇନ୍ସିନେରେଟର୍ ସୁବିଧା ଏବଂ ସାନିଟାରି ନ୍ୟାପ୍କିନ୍ ଭେଣ୍ଡିଂ ମେସିନ୍ର ଉପଯୋଗିତା ସମ୍ପର୍କରେ ମଧ୍ୟ ଆଲୋକପାତ କରାଯାଇଥିଲା। ଏହି ସୁବିଧାଗୁଡ଼ିକର ସଠିକ୍ ବ୍ୟବହାର ଓ ରକ୍ଷଣାବେକ୍ଷଣ ପାଇଁ ସଚେତନତା ସୃଷ୍ଟି କରିବା ଉପରେ ମତ ପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମରେ ଶିକ୍ଷକ ଶ୍ରୀ ଅର୍ତ୍ତତ୍ରାଣ ଷଡ଼ଙ୍ଗୀ, ଶ୍ରୀ ନିପେନ୍ଦ୍ର ବାଗ, ଶ୍ରୀମତୀ ମୋନାଲିସା ନାୟକ, ଶ୍ରୀ କୁନା ସେଠୀ, ଶ୍ରୀ ସୁଶାନ୍ତ କୁମାର ମେହେର, ଶ୍ରୀମତୀ ହରିପ୍ରିୟା ରାୟ, ଶ୍ରୀମତୀ ଅନୁରାଧା ସାହା, ଶ୍ରୀମତୀ ମାନସୀ ନାୟକ, ଶ୍ରୀ କହ୍ନେଇଲାଲ ସାହୁ ଓ ଶ୍ରୀ ରାହୁଲ ମାଝୀ ବିଭିନ୍ନ ଆଲୋଚନା ଓ ସଚେତନତାମୂଳକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ଏହି ବୈଠକ ମାଧ୍ୟମରେ ବିଦ୍ୟାଳୟର ଶୈକ୍ଷିକ ମାନ ବୃଦ୍ଧି, ଛାତ୍ରୀମାନଙ୍କ ସୁରକ୍ଷା ଓ ସର୍ବାଙ୍ଗୀଣ ବିକାଶ ସହିତ ବିଦ୍ୟାଳୟ ଓ ଅଭିଭାବକଙ୍କ ମଧ୍ୟରେ ସୁଦୃଢ଼ ସମ୍ପର୍କ ସ୍ଥାପନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ବୈଠକରେ ସମଗ୍ର ଶିକ୍ଷା ଯୋଜନାର କାର୍ଯ୍ୟକାରିତା, ବିଦ୍ୟାଳୟରେ ଛାତ୍ରୀମାନଙ୍କ ସୁରକ୍ଷା, ସୁରକ୍ଷାମୂଳକ ବ୍ୟବସ୍ଥାର ଗୁରୁତ୍ୱ, ଶିଶୁ ଶ୍ରମ ନିରାକରଣରେ ଶିକ୍ଷକ ଓ ଅଭିଭାବକଙ୍କ ଭୂମିକା, ନିଶାମୁକ୍ତି ଅଭିଯାନ ଏବଂ ବିକଶିତ ଭାରତ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିସହ ଛାତ୍ରୀମାନଙ୍କ ଶୈକ୍ଷିକ ଅଗ୍ରଗତି ଓ ଉନ୍ନତି ପାଇଁ ଶିକ୍ଷକ-ଅଭିଭାବକଙ୍କ ସମନ୍ୱିତ ପ୍ରୟାସ ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏହି ବୈଠକ ମାଧ୍ୟମରେ ବିଦ୍ୟାଳୟର ଶୈକ୍ଷିକ ମାନ ବୃଦ୍ଧି, ଛାତ୍ରୀମାନଙ୍କ ସୁରକ୍ଷା ଓ ସର୍ବାଙ୍ଗୀଣ ବିକାଶ ସହିତ ବିଦ୍ୟାଳୟ ଓ ଅଭିଭାବକଙ୍କ ମଧ୍ୟରେ ସୁଦୃଢ଼ ସମ୍ପର୍କ ସ୍ଥାପନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)