BIG -BREAKING ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲାର ଯୋଗାଣ ଅଧିକାରୀ, ପୁଷା ମୁଣ୍ଡା, ବ୍ରହ୍ମପୁର ସହିତ ଭବାନୀପାଟଣାରେ ଏକ କାଳୀନ ଚଢ଼ାଉ

Jul 10, 2025 - 12:59
0 66
BIG -BREAKING  ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲାର ଯୋଗାଣ ଅଧିକାରୀ, ପୁଷା ମୁଣ୍ଡା, ବ୍ରହ୍ମପୁର ସହିତ ଭବାନୀପାଟଣାରେ ଏକ କାଳୀନ ଚଢ଼ାଉ

ଭବାନୀପାଟଣା ତା.୧୦/୦7(ଷ୍ଟାରନିୟୁଜ ଓଡିଶା)ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ଯୋଗାଣ ଅଧିକାରୀ ପୁଷା ମୁଣ୍ଡା । ପୁଷା ମୁଣ୍ଡାଙ୍କ ସରକାରୀ ଗାଡ଼ିରୁ ନଗଦ ୩ ଲକ୍ଷ ଜବତ କରିଛି ବ୍ରହ୍ମପୁର ଭିଜିଲାନ୍ସ ବିଭାଗ । ବୁଧବାର ପୂର୍ବହ୍ନ ୧୧ ଘଣ୍ଟା ସମୟରେ ଛତ୍ରପୁର ବ୍ୟାଙ୍କ୍ କଲୋନୀ ଘରରୁ ଅଫିସ ଯାଉଥିବା ସମୟରେ ଛତ୍ରପୁର ନିକଟସ୍ଥ ଜାତୀୟ ରାଜପଥ ନିକଟରେ ବ୍ରହ୍ମପୁର  ଭିଜିଲାନ୍ସ ଟିମ୍  ଚଢ଼ାଉ କରି ତାଙ୍କ ଗାଡ଼ିରୁ ୩ ଲକ୍ଷ ଜବତ କରିଥିବାର ସୂଚନା ମିଳିଛି।  ୩ଦିନ ଧରି  ଭିଜିଲାନ୍ସ ଟିମ୍ ତାଙ୍କ ଉପରେ ନଜର ରଖି ଆସୁଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ଭିଜିଲାନ୍ସ ଟିମ୍ ତାଙ୍କ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲା ଏବଂ ତାଙ୍କ ଗାଡିରୁ ୫୦୦ ଟଙ୍କା ୬ ବେଣ୍ଡେଲ ଟଙ୍କା ଜବତ କରିଛି ବ୍ରହ୍ମପୁର ଭିଜିଲାନ୍ସ ବିଭାଗ । ବର୍ତ୍ତମାନ ଆଶୀର୍ବାଦ ଆପାର୍ଟମେଣ୍ଟ ର  ଭଡ଼ା ଘରେ ପହଞ୍ଚି  ଭିଜିଲାନ୍ସ ଚଢ଼ାଉ ଜାରି ରଖିଥିବା ସୂଚନା ମିଳିଛି । ନଗଦ ୩ ଲକ୍ଷ ଟଙ୍କା ପୁଷା ମୁଣ୍ଡାଙ୍କ ଗାଡିରେ କାହିଁକି ରଖାଯାଇଥିଲା ନା ଟଙ୍କା ସେ କାହା ପାଖରୁ ନେଇଥିଲେ ତାହା ଅସ୍ପଷ୍ଟ  ।ତେବେ ଭିଜିଲାନ୍ସ ଟିମ୍ ୩ ଲକ୍ଷ୍ୟ ଟଙ୍କା ଜବତ କରିବା ସହ ଅଧିକ ତଦନ୍ତ କରୁଥିବାର ଜଣାପଡିଛି। ଏଥି ସହିତ ତାଙ୍କର ଧର୍ମପତ୍ନୀ ଙ୍କ ବାସ ଭବାନୀପାଟଣା ରେ ମଧ୍ୟ କଳାହାଣ୍ଡି ଭିଜିଲାନ୍ସ ଟିମର ଚଢ଼ାଉ ଚାଲିଥିବା ଜଣାପଢିଛି.

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ

What's Your Reaction?

Like Like 3
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User