Breking News "ସ୍କୁଲ ରେ ତାଲା, ବାହାରେ ପିଲା" –

Jul 24, 2025 - 20:34
0 36
Breking News "ସ୍କୁଲ ରେ ତାଲା, ବାହାରେ ପିଲା" –

ନର୍ଲା. ତା ୨୪/୭ (ଷ୍ଟାରନିୟୁଜ ଓଡିଶା ) ଏସଏସଟି ଶିକ୍ଷକ ହେମନ୍ତ ସାହୁ ଙ୍କୁ ସ୍ଥାନାନ୍ତରଣ କରିଥିବାରୁ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ,
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ଶାନ୍ତପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ। ସ୍କୁଲ ଗେଟ୍‌କୁ ତାଲା ଲଗାଇ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ବାହାରେ ବସି  ପ୍ରତିବାଦ କରିଛନ୍ତି। ସୂଚନା ଅନୁସାରେ  ଏସଏସଟି (ସାମାଜିକ ବିଜ୍ଞାନ) ଶିକ୍ଷକ ହେମନ୍ତ ସାହୁଙ୍କୁ ଉକ୍ତ ସ୍କୁଲ୍ ରୁ ବ୍ଲକ୍ ଶିକ୍ଷ୍ୟା ବିଭାଗ ଅନ୍ୟତ୍ର  ସ୍ଥାନାନ୍ତରଣ କରିଥିବାରୁ ଛାତ୍ରଛାତ୍ରୀଙ୍କ ପାଠ ପଢା ଉପରେ ବ୍ୟାଘାତ ଘଟିଛି, ଶ୍ରୀଯୁକ୍ତ ସାହୁ ଉକ୍ତ ସ୍କୁଲ୍ ର ଛାତ୍ର ଛାତ୍ରୀ ଙ୍କୁ  ଗୁଣବତ୍ତାପୂର୍ଣ୍ଣ ଶିକ୍ଷା ଦାନ ଦେଉଥିଲେ , ତାଙ୍କର ଶିକ୍ଷା ପ୍ରଣାଳୀ ଓ ମାନବିକ ବ୍ୟବହାର ଦ୍ୱାରା ଅନେକ ଛାତ୍ର ଛାତ୍ରୀ ଲାଭାନ୍ବିତ ହେଉଥିଲେ ।ଏହିପରି ଏକ ଶିକ୍ଷକଙ୍କୁ ଅଚାନକ ସ୍ଥାନାନ୍ତର କରାଯିବା ଦ୍ୱାରା ବିଦ୍ୟାଳୟର ପାଠପଢ଼ା ପ୍ରଭାବିତ ହେବ ବୋଲି ଛାତ୍ରଛାତ୍ରୀମାନେ ଆଶଙ୍କା କରି ବିଦ୍ୟାଳୟର ଗେଟ୍ ସମ୍ମୁଖ ରେ  ପ୍ଲାକାର୍ଡ ଓ ଲାଉଡ ସ୍ଲୋଗାନ ସହିତ “ହେମନ୍ତ ସାହୁ ଆସନ୍ତୁ, ଶିକ୍ଷା ଆଗକୁ ବଢ଼ାନ୍ତୁ” ବୋଲି ନାରା ଦେଉଥିବା ବେଳେ ତାଙ୍କ ଅଭିଭାବକ ମାନେ ମଧ୍ୟ ଏଥିରେ ସହଯୋଗ କରୁଥିବା ଦେଖିବାକୁ ମିଳିଛି।
ସ୍କୁଲ ପ୍ରଧାନଶିକ୍ଷକ ଏବଂ ବ୍ଲକ ଶିକ୍ଷା ଅଧିକାରୀ ଉକ୍ତ ସମସ୍ୟା ର ସମାଧାନ ପାଇଁ କଣ ପଦକ୍ଷେପ ନେଉଛନ୍ତି ତାହା ସମୟ କହିବ।
କଳାହାଣ୍ଡି ଜିଲ୍ଲା ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User