କଳାହାଣ୍ଡି ପାଇଁ ଗୌରବର ମୁହୂର୍ତ୍ତ ସୁଜୀତ କୁମାର ହେଲେ ସଂସଦୀୟ ସମିତି ଅଧକ୍ଷ.
କେସିଙ୍ଗା, ୬/୧୦ (ଷ୍ଟାରନିୟୁଜ ଓଡ଼ିଶା): କଳାହାଣ୍ଡିର ରାଜ୍ୟସଭା ସାଂସଦ ସୁଜୀତ କୁମାରଙ୍କୁ ସଂସଦର କାର୍ମିକ, ଲୋକ ଅଭିଯୋଗ, ବିଧି ଓ ନ୍ୟାୟ ସମ୍ବନ୍ଧୀୟ ସଂସଦୀୟ ସମିତିର ଅଧ୍ୟକ୍ଷ ଭାବେ ନୂତନ ଦାୟିତ୍ୱ ମିଳିଛି। ଏହି ସମିତିର କାର୍ଯ୍ୟକ୍ଷେତ୍ରରେ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ମଧ୍ୟ ଅନ୍ତର୍ଭୁକ୍ତ ରହିଛି।
ସୁଜୀତ କୁମାରଙ୍କ ଏହି ନିଯୁକ୍ତି ତାଙ୍କ ସଂସଦୀୟ ସକ୍ରିୟତା, ନେତୃତ୍ୱ ଓ ଦକ୍ଷତାର ପ୍ରତିଫଳନ ବୋଲି ମତ ପ୍ରକାଶ ପାଇଛି। ଏହା ସହିତ କଳାହାଣ୍ଡି ଜିଲ୍ଲା ପାଇଁ ମଧ୍ୟ ଏହା ଗୌରବର ବିଷୟ ହୋଇଛି।
ଉଲ୍ଲେଖଯୋଗ୍ୟ, ସୁଜୀତ କୁମାର ପୂର୍ବରୁ ସଂସଦୀୟ ଯାଚିକା ସମିତିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିଲେ। ଏହାବ୍ୟତୀତ ଗୃହ ବ୍ୟାପାର, ସୂଚନା ଓ ପ୍ରଯୁକ୍ତି, ଗ୍ରାମୀଣ ବିକାଶ ଏବଂ ରାଜଭାଷା ସମ୍ବନ୍ଧୀୟ ସଂସଦୀୟ ସମିତିର ସଦସ୍ୟ ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି।
What's Your Reaction?
Like
1
Dislike
0
Love
1
Funny
0
Wow
0
Sad
0
Angry
0
Comments (0)