କେସିଙ୍ଗା ଗସ୍ତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା- (ବାପାଙ୍କ ଅଧୁରା କାମ ସମ୍ପୂର୍ଣ୍ଣ କରିବି—ଉପମୁଖ୍ୟମନ୍ତ୍ରୀ)

Feb 10, 2026 - 13:38
0 22
କେସିଙ୍ଗା ଗସ୍ତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା- (ବାପାଙ୍କ ଅଧୁରା କାମ ସମ୍ପୂର୍ଣ୍ଣ କରିବି—ଉପମୁଖ୍ୟମନ୍ତ୍ରୀ)

କେସିଙ୍ଗା, ୯/୨ (ଷ୍ଟାର ନିଉଜ ଓଡିଶା)କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକକୁ ସୋମବାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଗସ୍ତ କରିଥିଲେ। ଭୁବନେଶ୍ୱରରୁ ବିମାନ ଯୋଗେ ଉତ୍କେଲା ଏୟାର ଷ୍ଟ୍ରିପରେ ପୂର୍ବାହ୍ନ ୧୦.୩୦ ଘଣ୍ଟା ସମୟରେ ସେ ଅବତରଣ କରିଥିଲେ। ଏଠାରେ ପ୍ରଶାସନ, ବିଭିନ୍ନ ମହିଳା ଗୋଷ୍ଠୀ ଓ ସ୍ଥାନୀୟ ଲୋକଙ୍କ ତରଫରୁ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଯାଇଥିଲା।
ଉପମୁଖ୍ୟମନ୍ତ୍ରୀ ପ୍ରଥମେ କେସିଙ୍ଗା ବ୍ଲକର ଗୁର୍ଜିମୁଣ୍ଡା ସ୍ଥିତ ପ୍ରସିଦ୍ଧ ପର୍ଯ୍ୟଟନୀୟ ଧାର୍ମିକ କ୍ଷେତ୍ର ଯୋଗମାୟା ପୀଠ ପରିଦର୍ଶନ କରିଥିଲେ। ପରେ କେସିଙ୍ଗା ଜଗନ୍ନାଥ ମନ୍ଦିରକୁ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥିଲେ।
ଏହା ପରେ ଋଷି ସାହୁ ମୁଖ୍ୟମନ୍ତ୍ରୀ ସଭାଗୃହରେ ସିଟିଜେନ୍ ଫୋରମ୍ କେସିଙ୍ଗା ପକ୍ଷରୁ ଆୟୋଜିତ ବାର୍ଷିକ ଦିବସ–୨୦୨୬ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେ, କଳାହାଣ୍ଡି ଜିଲ୍ଲାରେ ତାଙ୍କ ବାପା ଇରିଗେସନ ବିଭାଗରେ ଠିକାଦାର ଭାବେ କୋଟି କୋଟି ଟଙ୍କାର ବିକାଶ କାମ କରିଥିଲେ। ବାପାଙ୍କ ଅଧୁରା ରହିଥିବା ସମସ୍ତ କାମକୁ ସମ୍ପୂର୍ଣ୍ଣ କରିବା ହେଉଛି ତାଙ୍କର ଲକ୍ଷ୍ୟ ବୋଲି ସେ ପ୍ରକା

ଶ କରିଥିଲେ।
ପରବର୍ତ୍ତୀ କ୍ରମରେ କେସିଙ୍ଗା ସହର ସ୍ଥିତ ପିଏମ୍‌ ଶ୍ରୀ ହାଇସ୍କୁଲରେ ନବନିର୍ମିତ ବାଳକ ହଷ୍ଟେଲର ଉଦଘାଟନ କରିଥିଲେ। ସେହିପରି କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସମନ୍ୱିତ ଶିଶୁ ବିକାଶ ଯୋଜନା ଓ ମିଶନ ଶକ୍ତି ବିଷୟରେ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା ଓ ଆଲୋଚନା କରିଥିଲେ।
ଉପମୁଖ୍ୟମନ୍ତ୍ରୀ ଗୁର୍ଜିମୁଣ୍ଡା ସ୍ଥିତ ଯୋଗମାୟା ପୀଠକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେବା ସହ ୧୨ କୋଟି ଟଙ୍କା ବ୍ୟୟରେ ଉନ୍ନୟନ କାର୍ଯ୍ୟ କରାଯିବ ବୋଲି ଘୋଷଣା କରିଥିଲେ। ଯୋଗମାୟା ପୀଠରୁ ଫେରିବା ବେଳେ ସଜନା ଗଛ ଦେଖି ସେ ସଜନାର ଉପକାରିତା ବିଷୟରେ ଆଲୋକପାତ କରିଥିଲେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଜନା ଖାଉଥିବା ଉଦାହରଣ ଦେଇଥିଲେ।
ଲକ୍ଷ୍ୟପତି ଦିଦି ଯୋଜନା, ୨୦୩୬ ସୁଦ୍ଧା ଓଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବା ଏବଂ କେସିଙ୍ଗାକୁ ସର୍ବାଙ୍ଗୀଣ ପର୍ଯ୍ୟଟନ କେନ୍ଦ୍ର ଭାବେ ଗଢ଼ିତୋଳିବା ନେଇ ସେ ଘୋଷଣା କରିଥିଲେ। ପାନୀୟଜଳ ସମସ୍ୟା, ମୁଖ୍ୟ ରାସ୍ତା ଓ ଆଧାରଭୂତ ସୁବିଧା ସମସ୍ୟା ସମାଧାନ କରାଯିବ ବୋଲି ସେ କହିଥିଲେ।
ସୁଭଦ୍ରା ଯୋଜନାରେ ୧୫ ହଜାର କୋଟି ଟଙ୍କା ବ୍ୟୟ କରାଯାଇଥିବା ସହ ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ରୋଜଗାରମୁଖୀ କରିବା, କପା, ସଜନା ଓ ଧାନ ଉତ୍ପାଦନକୁ ପ୍ରୋତ୍ସାହନ ଦିଆଯିବ ବୋଲି ସେ କହିଥିଲେ। ଏହାସହ କଳାହାଣ୍ଡି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ କନ୍ୟା ଯୋଜନା ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ।
ଏହି ଅବସରରେ ସିଟିଜେନ୍ ଫୋରମ୍‌ ଦ୍ୱାରା ରଚିତ “ସଂକଳ୍ପ” ନାମକ ପୁସ୍ତକ ଉନ୍ମୋଚନ କରାଯାଇଥିଲା ଓ ପଦ୍ମଶ୍ରୀ ପଟାଏସ ସାହୁଙ୍କୁ  ସମ୍ମାନିତ କରାଯାଇଥିଲା।

What's Your Reaction?

Like Like 3
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User