କେସିଙ୍ଗାରେ ‘ସାଇବର ସେଫ୍ଟି କ୍ୟାମ୍ପେନ ଓଡ଼ିଶା-୨୦୨୬’ ଛାତ୍ରୀଙ୍କୁ ସାଇବର ଅପରାଧ ନେଇ ସଚେତନ କଲା ପୋଲିସ
କେସିଙ୍ଗା, ୧୪/୮ (ଷ୍ଟାରନିୟୁଜ ଓଡିଶା ଓଡ଼ିଶା): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସିଙ୍ଗା ପରିସରରେ ‘ସାଇବର ସେଫ୍ଟି କ୍ୟାମ୍ପେନ ଓଡ଼ିଶା-୨୦୨୬’ ଅନ୍ତର୍ଗତ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ବିଦ୍ୟାଳୟର ପ୍ରଧାନଶିକ୍ଷକ ସମୀର କୁମାର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଆଦର୍ଶ ଥାନା କେସିଙ୍ଗାର ଭାରପ୍ରାପ୍ତ ଥାନା ଅଧିକାରୀ ଜିତେନ୍ଦ୍ର କୁମାର ବିଶ୍ୱାଳ ଯୋଗଦେଇ ଛାତ୍ରୀମାନଙ୍କୁ ସାଇବର ଅପରାଧ ସମ୍ପର୍କରେ ବିସ୍ତୃତ ଭାବେ ସଚେତନ କରିଥିଲେ।
ବର୍ତ୍ତମାନର ଡିଜିଟାଲ ଯୁଗରେ ମୋବାଇଲ ଫୋନ୍, ଇଣ୍ଟରନେଟ୍ ଓ ସୋସିଆଲ ମିଡିଆର ବ୍ୟବହାର ବୃଦ୍ଧି ପାଇଥିବାରୁ ଏହାର ସୁରକ୍ଷିତ ଓ ସତର୍କ ବ୍ୟବହାର ଉପରେ ଆଇଆଇସି ଗୁରୁତ୍ୱାରୋପ କରିଥିଲେ। ଅଜଣା ବ୍ୟକ୍ତିଙ୍କ ଫୋନ୍ କଲ୍, ସନ୍ଦେହଜନକ ମେସେଜ୍, ଲିଙ୍କ୍ କିମ୍ବା ଅନଲାଇନ୍ରେ ମିଳୁଥିବା ଲୋଭନୀୟ ପ୍ରସ୍ତାବରେ ପ୍ରଲୋଭିତ ନ ହେବାକୁ ସେ ପରାମର୍ଶ ଦେଇଥିଲେ।
ଏଥିସହ ବ୍ୟକ୍ତିଗତ ତଥ୍ୟ, ପାସୱାର୍ଡ ଓ ଓଟିପି ଭଳି ଗୋପନୀୟ ସୂଚନା କାହା ସହିତ ଅନାବଶ୍ୟକ ଭାବେ ଅଂଶୀଦାର ନ କରିବାକୁ ଛାତ୍ରୀମାନଙ୍କୁ ସତର୍କ କରାଯାଇଥିଲା। ଅନଲାଇନ୍ ଠକେଇ, ନକଲି ସୋସିଆଲ ମିଡିଆ ଆକାଉଣ୍ଟ, ଫିଶିଂ ଲିଙ୍କ୍, ଅନଧିକୃତ ଡିଜିଟାଲ ପେମେଣ୍ଟ ଓ ସାଇବର ବୁଲିଂ ଭଳି ଘଟଣାରୁ କିପରି ନିଜକୁ ସୁରକ୍ଷିତ ରଖିହେବ, ସେନେଇ ମଧ୍ୟ ସଚେତନ କରାଯାଇଥିଲା।
କୌଣସି ସାଇବର ଠକେଇର ଶିକାର ହେଲେ ଭୟଭୀତ ନ ହୋଇ ତୁରନ୍ତ ଅଭିଭାବକ, ଶିକ୍ଷକ-ଶିକ୍ଷୟିତ୍ରୀ, ସାଇବର ସେଲ୍ କିମ୍ବା ପୋଲିସର ସହାୟତା ନେବାକୁ ଆଇଆଇସି ଜିତେନ୍ଦ୍ର କୁମାର ବିଶ୍ୱାଳ ପରାମର୍ଶ ଦେଇଥିଲେ।
କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଅଣଶିକ୍ଷକ କର୍ମଚାରୀମାନେ ଉପସ୍ଥିତ ଥିଲେ। ଶିକ୍ଷକ ଜି. କ୍ରିଷ୍ଣା ରେଡ୍ଡୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
What's Your Reaction?
Like
1
Dislike
0
Love
0
Funny
0
Wow
1
Sad
0
Angry
0
Comments (0)