ଝରିଗାଁ ବ୍ଲକରେ କାଳବୈଶାକୀର ପ୍ରଭାବ ଆଠ ଜଣଙ୍କ ଘରର ଆଜବେଷ୍ଟ ଉଡିଲା।

Apr 23, 2025 - 09:41
0 78
ଝରିଗାଁ ବ୍ଲକରେ କାଳବୈଶାକୀର ପ୍ରଭାବ ଆଠ ଜଣଙ୍କ ଘରର ଆଜବେଷ୍ଟ ଉଡିଲା।

ଝରିଗାଁ,୨୩l୪(ଷ୍ଟାର ନିୟୁଜ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ଆଜି ସନ୍ଧ୍ୟା ୪ ଘଣ୍ଟା ସମୟରେ କାଳବୈଶାକୀ ପ୍ରଭାବରେ ବର୍ଷା ହେବା ସହ ପ୍ରବଳ ପବନ ହୋଇଥିଲା।ଫଳରେ ବ୍ଳକର ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିବା ସହ ବହୁ ଲୋକଙ୍କ ଘରେ ଲାଗିଥିବା ଆଜବେଷ୍ଟ ଗୁଡିକ ପବନରେ ଉଡ଼ି ଯାଇଥିବା ଜଣାପଡିଛି।ଝରିଗାଁ ବ୍ଲକ ଗୁରୁସିଙ୍ଗା ପଞ୍ଚାୟତ ଅନ୍ତର୍ଗତ ଜାମଗୁଡା ଗ୍ରାମରେ ବର୍ଷା ଘଡ଼ଘଡ଼ି ସହ ପ୍ରବଳ ପବନ ହୋଇଥିଲା।ଫଳରେ ଗ୍ରାମର ସୋନୁ ଜାନୀ, ଦେବରାଜ କଟା ଓ କୁମାରସିଂ ଗୌଡ଼ଙ୍କ ଘରର ଆଜବେଷ୍ଟ ସମ୍ପୂର୍ଣ୍ଣ ଉଡ଼ି ଯାଇଥିବା ସୂଚନା ମିଳିଛି।ଘଟଣା ପରେ ରାଜସ୍ୱ ବିଭଗ ଖବର ପାଇ ତୁରନ୍ତ ରାଜସ୍ୱ ବିଭାଗ ପକ୍ଷରୁ ରାଜସ୍ୱ ନିରୀକ୍ଷକ ବସନ୍ତ କୁମାର ସାହୁ ଏବଂ ଲମ୍ଵଧର ପ୍ରଧାନୀ ଜାମଗୁଡା ଗ୍ରାମ ପହଞ୍ଚି କ୍ଷତିଗ୍ରସ୍ତ ମାନଙ୍କ ସହ ଆଲୋଚନା କରିବା ସହ ପ୍ରଶାସନ ପକ୍ଷରୁ ମାଗଣା ପଲିଥିନ ପ୍ରଦାନ କରିବା ସହ ସେମାନଙ୍କ ପାଇଁ ଥଇଥାନ ବ୍ୟବସ୍ଥା କରିଥିଲେ।ସେହିପରି କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ କଲେଗାଁ ଗ୍ରାମରେ ମଧ୍ୟ ବର୍ଷା ଘଡ଼ଘଡ଼ି ସହ ପ୍ରବଳ ବେଗରେ ପବନ ହୋଇଥିଲା।ଫଳରେ କଲେଗାଁ ଗ୍ରାମର ଗଣେଶ ହରିଜନ, ଗୁରୁବାରୁ ହରିଜନ,ସୁବାସ ହରିଜନ ଓ ଗଙ୍ଗାଧର ଶବରଙ୍କ ଘରେ ଲାଗିଥିବା ଆଜବେଷ୍ଟ ଗୁଡିକ ପବନରେ ଉଡ଼ି ଯାଇଥିବା ଜଣାପଡିଛି।ଆସନ୍ତାକାଲି ରାଜସ୍ୱ ବିଭାଗ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ ବୋଲି ଝରିଗାଁ ରାଜସ୍ୱ ନିରୀକ୍ଷକ ସୂଚନା ଦେଇଛନ୍ତି।ଅନ୍ୟପକ୍ଷେ ପ୍ରବଳ ପବନ ଯୋଗୁଁ ତାଳିଆମ୍ବା ସାହି ରାସ୍ତା ଉପରେ ଗଛ ପଡି ଯିବା ଯୋଗୁଁ ଯାତାୟାତ କରିବା ସମୟରେ ସମସ୍ୟା ଦେଖାଦେଇଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User