ଡାବୁଗାଁରେ ପି ଏମ ସୂର୍ଯ୍ୟ ଘର ର ଶୁଭାରମ୍ଭ ।

Aug 04, 2025 - 14:02
0 103
ଡାବୁଗାଁରେ ପି ଏମ ସୂର୍ଯ୍ୟ ଘର ର ଶୁଭାରମ୍ଭ ।

ଡାବୁଗାଁ ,୪l୮(ଷ୍ଟାର ନିୟୁଜ ଓଡିଶା ): ଆଜି ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବ୍ଲକ ସଦର ମହକୁମାରେ ପି ଏମ ସୂର୍ଯ୍ୟ ଘର ତଥା ମୁକ୍ତ ବିଜୁଳି ଯୋଜନାr ଶୁଭାରମ୍ଭ ହୋଇଯାଇଛି ବ୍ଲକର ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ସାମ୍ବାଦିକ ଗଗନ ଗନ୍ତାୟତଙ୍କ ଘରେ ଏହି ସୋଲାର ବସେଇ ଶୁଭାରମ୍ଭ କରାଯାଇଥିବା ବେଳେ ବ୍ଲକର ବରିଷ୍ଠ ବିଜେପି ନେତା ଜେ ରାଜଶେଖର ରାଓ ରାଜ୍ୟ କୃଷକ ମୋର୍ଚା କାର୍ଯ୍ୟକାରିଣୀ ସଭ୍ୟ ଜୟନ୍ତ କୁମାର ପାତ୍ର, ପୂର୍ବତନ ପାପଡାହାଣ୍ଡି ମଣ୍ଡଳ ସଭାପତି କ୍ଷେତ୍ର ମୋହନ ପାତ୍ର, ଭୀମସେନ ଜେନା ପ୍ରମୁଖଙ୍କ ଉପସ୍ଥିତିରେ ଆଜି ଏହି ଯୋଜନାର ଶୁଭାରମ୍ଭ କରାଯାଇଛି |ନବରଙ୍ଗପୁର ଜିଲ୍ଲା ପାଇଁ କ୍ଷେତ୍ର ମୋହନଂ ପାତ୍ର ଓ ଡାବୁଗାଁ ବ୍ଲକ ପାଇଁ ଜେ ରାଜ ଶେଖର ରାଓ ଏ ଦିଗରେ କାର୍ଯ୍ୟ କରୁଥିବା ସୂଚନା ମିଳିଛି|ଆଗାମୀ ଦିନରେ ଏହି ଯୋଜନା ବ୍ଲକର ସମସ୍ତ ଜନସାଧାରଣଙ୍କ ନିକଟରେ ପହଂଚିବ ବୋଲି ଉପସ୍ଥିତ ସଦସ୍ୟ ଓ କର୍ମକର୍ତାମାନେ ମତ ଦେଇଛନ୍ତି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User