ତଳକଣ୍ଟାବାଞ୍ଜି ଠାରେ ଦୁଧକଉଁରିଆ ଗଉଡ ସମାଜ ପଦମପୁର କେନ୍ଦ୍ର କମିଟି ପକ୍ଷରୁ ନୂଆଁଖାଇ ଭେଟଘାଟ।

Oct 20, 2025 - 09:03
0 7
ତଳକଣ୍ଟାବାଞ୍ଜି ଠାରେ ଦୁଧକଉଁରିଆ ଗଉଡ ସମାଜ ପଦମପୁର କେନ୍ଦ୍ର କମିଟି ପକ୍ଷରୁ ନୂଆଁଖାଇ ଭେଟଘାଟ।

ଭବାନୀପାଟଣା ୨୦/୧୦(ଷ୍ଟାର ନିୟୁଜ ଓଡିଶା )ନୁଆଖାଇ ଭାଦ୍ରବ ମାସରେ ସରିଥିବା ବେଳେ , ବିଭିନ୍ନ ସମାଜ ର ନୂଆଖାଇ ଭେଟଘାଟ,ବା ବନ୍ଧୁ ମିଲନ କାର୍ଯ୍ୟକ୍ରମ ଜାରି ରହିଥାଏ। ସେହିଭଳି ଯାଦବ ସମ୍ପ୍ରଦାୟର ଦୁଧକଉଁରିଆ ଗଉଡ ସମାଜ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଳକ ମେଦିନିପୁର ପଞ୍ଚାୟତ ସ୍ଥିତ ତଳକଣ୍ଟାବାଞ୍ଜି ଠାରେ ଆୟୋଜିତ ହୋଇଯାଇଅଛି। ପ୍ରଥମେ ସମାଜ ର ଆରାଧ୍ୟ ମହାପ୍ରଭୁ ଶ୍ୟାମଲ କୃଷ୍ଣ ଙ୍କୁ ବୟୋଜ୍ୟେଷ୍ଠ ଙ୍କ ଦ୍ବାରା ପୂଜାର୍ଚ୍ଚନା ପରେ , ସ୍ବର୍ଗତ ବରିଷ୍ଠ ମାନଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାପରେ ନୂଆ ଭୋଗ ଅର୍ପଣ ସହ ସମାଜ ର ବିକାଶ ବିଷୟରେ ଆଲୋଚନା କରିଥିଲେ। ସମାଜ ର ବିକାଶ ଦିଗରେ ସରକାର ଙ୍କ ଦୃଷ୍ଟି ରହୁ ବୋଲି ମଧ୍ୟ କହିଛନ୍ତି। ସମାଜ ର ବରିଷ୍ଠ ସଦସ୍ୟ।ଏହି କାର୍ଯ୍ୟକ୍ରମରେ ସମାଜ ର ସଭାପତି ପର୍ଶୁରାମ ବଗର୍ତ୍ତି ଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ସମ୍ପାଦକ ରୁଦ୍ର ପ୍ରସାଦ ହାତୀ, କୋଷାଧ୍ୟକ୍ଷ ପର୍ଶୁରାମ ରାଉତ, ଉପସଭାପତି ଶରତ ନାଏକ, ସହ ସମ୍ପାଦକ ଡିସେମ୍ବର ନାଗ, ଓ ଅନ୍ୟାନ୍ୟ କର୍ମକର୍ତ୍ତା ଓ ବିଭିନ୍ନ ଅଞ୍ଚଳରୁ ଆସିଥିବା ଆଞ୍ଚଳିକ ସଭାପତି ସମ୍ପାଦକ ସହ ସମାଜ ର ବରିଷ୍ଠ ଓ ଯୁବକ ମାନେ ଉପସ୍ଥିତ ରହି ବହୁ ଧୁମଧାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User