ନିଖୋଜ ଝିଅକୁ ନ୍ୟାୟ ଦେବା ପାଇଁ ଆଗେଇ ଆସିଛି ଯାଦବ ମହାସଭା ନ୍ୟାୟ ପ୍ରଦାନ ଦାବି କଲେ ଯାଦବ ନେତୃବୃନ୍ଦ

Jul 22, 2025 - 21:22
0 36
ନିଖୋଜ ଝିଅକୁ ନ୍ୟାୟ ଦେବା ପାଇଁ ଆଗେଇ ଆସିଛି ଯାଦବ ମହାସଭା ନ୍ୟାୟ ପ୍ରଦାନ ଦାବି କଲେ ଯାଦବ ନେତୃବୃନ୍ଦ

ଭବାନୀପାଟଣା: ତା ୨୨/୭(ଷ୍ଟାରନିୟୁଜ ଓଡିଶା )କୋକସରା ଥାନା ଅଧୂନସୁ ସୁନାମାଲ ଗାଁର ନିଖୋଜ ଝିଅକୁ ନ୍ୟାୟ ଦେବା ପାଇଁ ଆଗେଇ ଆସିଛି ଯାଦବ ମହାସଭା। ପୂର୍ବରୁ ଏନେଇ କୋକସରା ବ୍ଲକ ଯାଦବ ମହାସଭା ସ୍ବର ଉତ୍ତୋଳନ ସହ ବିଭାଗୀୟ ଅଧୂକାରୀ ମାନଙ୍କୁ ସାକ୍ଷାତ କରି ଝିଅକୁ ଖୋଜି ବାହାର କରିବାକୁ ଦାବି କରିଥିଲା। ଆଜି ଉତ୍କଳ ଯାଦବ ମହାସଭାର ରାଜ୍ୟ ମହିଳା ସଭାନେତ୍ରୀ ସଂଯୁକ୍ତା ବେହେରା, ଯୁବ ନେତା ଡାକେ ଲହଜଲ, ଲବଣୀ ରାଉତ, ପୀତବାସ ବେହେରା, ସୁଦର୍ଶନ ବେହେରା, ପ୍ରହଲ୍ଲାଦ ଚଣ୍ଡୀ, ରତ୍ନାକର ଚଣ୍ଡୀ ପ୍ରମୁଖଙ୍କ ସମେତ ସୁନାମାଲ ଗ୍ରାମବାସୀ ଏନେଇ ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ। ଏଠାରେ ସୂଚନାଯୋଗ୍ୟ ଯେ, ଗତ ଜୁନ ୧୯ ତାରିଖ ଠାରୁ ଝିଅ ନିଖୋଜ ଥୂବା ନେଇ ସଂପୂକୁ ଝିଅର ବାପା ଜୁନ ୨୫ ରେ କୋକସରା ଥାନାରେ ଲିଖୂତ ଅଭିଯୋଗ କରିଥିଲେ। ଝିଅକୁ ଜଣେ ଯୁବକ ପ୍ରେମଜାଳରେ ଫସାଇବା ସହ ଭୁଲାଇ ନେଇ ଯାଇଥିବା ଘଟଣା ସାମ୍ନାକୁ ଆସୁଛି। ତେଣୁ ଏହି ସ୍ପର୍ଶକାତର ବିଷୟକୁ ନେଇ ଯାଦବ ମହାସଭା କଳାହାଣ୍ଡି ଆରକ୍ଷୀ ଅଧ୍ୟକ୍ଷ୍ୟକ ସାକ୍ଷାତ କରି ନ୍ୟାୟ ପ୍ରଦାନ ପାଇଁ ଭିକ୍ଷା କରିଛନ୍ତି l 
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାରନିୟୁଜ ଓଡିଶା

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User