ପ୍ରଧାନମନ୍ତ୍ରୀ ଆବାସ ଗୃହ, ରାସନ୍ କାର୍ଡ, ବାର୍ଦ୍ଧକ୍ୟ ଭତ୍ତା କାହାପାଇଁ : ସତରେ ଏଠି ସରକାର ଯୋଜନା ସାତ ସପନ ।

Jun 23, 2025 - 19:31
0 85
ପ୍ରଧାନମନ୍ତ୍ରୀ ଆବାସ ଗୃହ, ରାସନ୍ କାର୍ଡ, ବାର୍ଦ୍ଧକ୍ୟ ଭତ୍ତା କାହାପାଇଁ : ସତରେ ଏଠି ସରକାର ଯୋଜନା ସାତ ସପନ ।

ଫିରିଙ୍ଗିଆ,୨୩l୬ (ଷ୍ଟାର ନିୟୁଜ ଓଡ଼ିଶା):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଲୁଇସିଂ ପଞ୍ଚାୟତ ଅନ୍ତର୍ଗତ ରାଇଗୁଡ଼ା ଗ୍ରାମର ଲବ ଦିଗାଲ ବୟସ ୬୬ ହେଇଥିଲେ ସତ୍ତ୍ୱେ ମ୍ୟୈଳିକ ସୁବିଧାରୁ ବଞ୍ଚିତ ଅଛନ୍ତି। ଦୀର୍ଘ ବର୍ଷ ଧରି ଏହି ଝାଟିମାଟି ଭଙ୍ଗା ଦଦରା କୁଡ଼ିଆରେ ରହି ଆସୁଛନ୍ତି।ଖରା ଦିନେ ଯେମିତି ସେମିତି ଚଳି ଯାଉଥିବା ବେଳେ ବର୍ଷା ଦିନେ ଘର ଛପର ଉପରୁ ପାଣି ଗଳୁଛି। କେତେବେଳେ ଯେ ଭୁଶୁଡ଼ି ପଡ଼ିବ କହି ହେବନି। ସରକାର ଗରିବ ହିତାଧିକାରୀ ଙ୍କ ପାଈଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଘର ଯୋଗାଇ ଦେଉଛନ୍ତି ସତ , କିନ୍ତୁ ପ୍ରଶାସନ ଅବହେଳା ଯୋଗୁଁ ଆଜି ବି ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିନାହିଁ ଲବ ଦିଗାଲ ଙ୍କୁ ସେହିପରି ମାଗଣା ଚାଉଳ ମଧ୍ୟ ମିଳିନାହିଁ। ନୂତନ ରାସନ୍ କାର୍ଡ, ବାର୍ଦ୍ଧକ୍ୟ ଭତ୍ତା ଓ ଘର ଖଣ୍ଡିଏ ପାଇଁ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆବେଦନ କରିଥିଲେ ମଧ୍ୟ ମିଳିବାକୁ ନାହିଁ କୌଣସି ସାହାଯ୍ୟ ।ରାଇଗୁଡ଼ା ଲବ ଦିଗାଲ ଜଣେ ଯୋଗ୍ୟ ହିତାଧିକାରୀ ହେଇଥିଲେ ବି ତାଙ୍କ ଦୁଃଖ ବୁଝିବାକୁ କିଏ ନାହଁ।ଦିନ ମଜୁରିଆ ହୋଇଥିବାରୁ ଯାହା ମିଳୁଛି ସେତିକି ରେ ପରିବାର ଚଳିବା କଷ୍ଟ କର ହେଉଛି।ଘର ଖଣ୍ଡିଏ ତିଆରି କରିବା କି ଛପର କରିବା ତାଙ୍କ ପକ୍ଷେ ଅସମ୍ଭବ ବୋଲି କହିଛନ୍ତି ଲବ ଦିଗାଲ। ଫିରିଙ୍ଗିଆ ବ୍ଳକ ପ୍ରଶାସନ ଏଥିପ୍ରତି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଈଁ ଗ୍ରାମବାସୀ ଦାବି କରିଛନ୍ତି। ଦେଖିବାକୁ ବାକି ରହିଲା ଲବ ଦିଗାଲ ପରିବାରର ଦୁଃଖ ସରକାର କେବେ ଶୁଣୁଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User