ବିଶ୍ୱ ଆଦିବାସୀ ଦିବସରେ ୮୨୦ ଅସହାୟଙ୍କୁ ମାଗଣା ଛତା ଓ ଚପଲ ବଣ୍ଟନ ବିନ୍ଦୁମିନା ସେବା ଫାଉଣ୍ଡେସନର ସେବାମୂଳକ ପଦକ୍ଷେପ
ଗୋଲାମୁଣ୍ଡା: ୧୦l ୮(ଷ୍ଟାରନିୟୁଜ ଓଡିଶା )ବିଶ୍ୱ ଆଦିବାସୀ ଦିବସ ଅବସରରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଖଲିଆପାଲି ଗ୍ରାମ ପଞ୍ଚାୟତରେ ଏକ ଅଭିନବ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ପଞ୍ଚାୟତ ଅଞ୍ଚଳର ୮ଟି ରାଜସ୍ୱ ଗାଁର ଗରିବ, ଅସହାୟ ଓ ଆବଶ୍ୟକତାସମ୍ପନ୍ନ ଲୋକଙ୍କୁ ସହାୟତା ପହଞ୍ଚାଇ ସାମାଜିକ ସେବାର ଏକ ଉଦାହରଣ ସୃଷ୍ଟି କରାଯାଇଛି।
ବିନ୍ଦୁମିନା ସେବା ଫାଉଣ୍ଡେସନ ପକ୍ଷରୁ ପଞ୍ଚାୟତର ୮୨୦ ଜଣ ଗରିବ ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ ଓ ବିଧବାଙ୍କୁ ମାଗଣାରେ ଛତା ଓ ଚପଲ ପ୍ରଦାନ କରାଯାଇଛି। ଦୈନନ୍ଦିନ ଜୀବନରେ ଏହି ସାମଗ୍ରୀଗୁଡ଼ିକ ଆବଶ୍ୟକ ହୋଇଥିବାରୁ ଫାଉଣ୍ଡେସନର ଏହି ପଦକ୍ଷେପକୁ ସ୍ଥାନୀୟ ଲୋକେ ସ୍ୱାଗତ କରିବା ସହ ଆୟୋଜକଙ୍କୁ ପ୍ରଶଂସା କରିଛନ୍ତି।
କାର୍ଯ୍ୟକ୍ରମରେ ବିନ୍ଦୁମିନା ସେବା ଫାଉଣ୍ଡେସନର ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଉପସ୍ଥିତ ଥିବାବେଳେ ବରିଷ୍ଠ ସଂଗଠକ ମନୋଜ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଖଲିଆପାଲି ସରପଞ୍ଚ ଜିମୂତ ବାହାନ ହରପାଳଙ୍କ ସମେତ ରାଜୁ ବାଗ, କ୍ଷୀରସିନ୍ଧୁ ଜଗତ, କ୍ଷୀରସିନ୍ଧୁ ଚଲାନ, ରବୀନ୍ଦ୍ର ସୁନାନୀ, ପିତାମ୍ବର ବେହେରା, ସରୋଜ ମୁଣ୍ଡ, ପିଣ୍ଡ ଜାଲ, ଜଗଦୀଶ ମଙ୍ଗରାଜ, ଦୁର୍ବର୍ଣ୍ଣ ନାଏକ, ତ୍ରିଲୋଚନ ବାଗ, ଧନେଶ୍ୱର ଭୋଇ, ଲିଙ୍ଗରାଜ ସିଂ, ପୁନି ବାଗ, ଦୁର୍ଯ୍ୟୋଧନ ନାଏକ, ପକ୍ଷୀ ତାଣ୍ଡି, ରେଡ଼ିଓ ଜାଲ, ଶମ୍ଭୁ ବାଗ, ଅନୁପ ସୁନାନୀ ଓ ଦିନେଶ ପ୍ରମୁଖ ଉପସ୍ଥିତ ରହି ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ଆଦିବାସୀ ସମାଜର ପରମ୍ପରା, ସଂସ୍କୃତି ଓ ଅଧିକାରକୁ ସମ୍ମାନ ଜଣାଇ ପାଳିତ ବିଶ୍ୱ ଆଦିବାସୀ ଦିବସରେ ଏଭଳି ସେବାମୂଳକ ପଦକ୍ଷେପ ଗରିବ ଓ ଅସହାୟ ବର୍ଗଙ୍କ ପାଇଁ ଆଶ୍ୱାସନାର ବାର୍ତ୍ତା ଦେଇଛି। ମାନବିକତା, ସହଯୋଗ ଓ ସାମାଜିକ ଦାୟିତ୍ୱବୋଧକୁ ଆଧାର କରି ଆୟୋଜିତ ଏହି କାର୍ଯ୍ୟକ୍ରମ ଅଞ୍ଚଳରେ ଏକ ସକାରାତ୍ମକ ଉଦାହରଣ ଭାବେ ଚର୍ଚ୍ଚାରେ ରହିଛି।
— ଷ୍ଟାର ନ୍ୟୁଜ ଓଡ଼ିଶା

What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)