ବିଶ୍ୱ ପ୍ରସିଦ୍ଧ ଛତରଯାତ୍ରାକୁ ନେଇ ପ୍ରଶାସନର ପ୍ରସ୍ତୁତି ବୈଠକ ଅକ୍ଟୋବର ୧୯ରେ ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା; ଭକ୍ତଙ୍କ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ଉପରେ ଗୁରୁତ୍ୱ

Sep 29, 2026 - 15:49
0 8
ବିଶ୍ୱ ପ୍ରସିଦ୍ଧ ଛତରଯାତ୍ରାକୁ ନେଇ ପ୍ରଶାସନର ପ୍ରସ୍ତୁତି ବୈଠକ ଅକ୍ଟୋବର ୧୯ରେ ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା; ଭକ୍ତଙ୍କ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ଉପରେ ଗୁରୁତ୍ୱ

ଭବାନୀପାଟଣା, ୨୯/୦୯ (ଷ୍ଟାରନିୟୁଜ ଓଡିଶା ଓଡ଼ିଶା):
କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ବିଶ୍ୱ ପ୍ରସିଦ୍ଧ ଛତରଯାତ୍ରା ଓ ଦଶହରା ମହୋତ୍ସବକୁ ନେଇ ଭବାନୀପାଟଣାରେ ପ୍ରସ୍ତୁତି ଜୋରଦାର ହୋଇଛି। ଐତିହ୍ୟ, ପରମ୍ପରା ଓ ଭକ୍ତିର ଏହି ମହାପର୍ବକୁ ଶାନ୍ତିଶୃଙ୍ଖଳା ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି।
ଆସନ୍ତା ଅକ୍ଟୋବର ୧୯ ତାରିଖରେ ଛତରଯାତ୍ରା ଅନୁଷ୍ଠିତ ହେବ। ଧାର୍ଯ୍ୟ କାର୍ଯ୍ୟସୂଚୀ ଅନୁସାରେ ଭୋର ପ୍ରାୟ ୫ଟା ୩୦ ମିନିଟରେ ଜେନାଖାଲଠାରୁ ମା’ଙ୍କ ଛତର ବାହାରି ସହର ପରିକ୍ରମା କରିବ। ପରେ ପ୍ରାୟ ୧୧ଟା ୩୦ ମିନିଟରେ ଛତର ମା’ଙ୍କ ମନ୍ଦିରରେ ପହଞ୍ଚିବା ନେଇ ସମୟ ଧାର୍ଯ୍ୟ କରାଯାଇଛି।
ଛତରଯାତ୍ରାରେ ପ୍ରତିବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବାରୁ ଏଥର ମଧ୍ୟ ବ୍ୟାପକ ଭିଡ଼ ଆଶା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଭକ୍ତଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ୍ ପରିଚାଳନାକୁ ପ୍ରଶାସନ ପକ୍ଷରୁ ପ୍ରାଥମିକତା ଦିଆଯାଇଛି।
ଛତରଯାତ୍ରା ଓ ଦଶହରା ମହୋତ୍ସବର ସୁପରିଚାଳନା ନେଇ ଆୟୋଜିତ ପ୍ରସ୍ତୁତି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ, ଜନପ୍ରତିନିଧି ଓ ଆୟୋଜକମାନେ ଯୋଗଦେଇ ବିଭିନ୍ନ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ। ପାନୀୟଜଳ, ପରିମଳ, ବିଦ୍ୟୁତ୍ ଓ ଆଲୋକୀକରଣ, ସ୍ୱାସ୍ଥ୍ୟସେବା, ଆପାତକାଳୀନ ସେବା ଏବଂ ଟ୍ରାଫିକ୍ ବ୍ୟବସ୍ଥା ନେଇ ବିଭାଗୱାରୀ ଯୋଜନା ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଯାତ୍ରା ସମୟରେ ଯେପରି କୌଣସି ଅଘଟଣ ନଘଟେ ଏବଂ ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁମାନେ ସୁରକ୍ଷିତ ଭାବେ ମା’ଙ୍କ ଦର୍ଶନ କରିପାରିବେ, ସେଥିପାଇଁ ସମସ୍ତ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି।
ଛତରଯାତ୍ରାକୁ ନେଇ ଭବାନୀପାଟଣା ସହର ଏବେଠାରୁ ଚଳଚଞ୍ଚଳ ହୋଇଉଠିଥିବା ବେଳେ ଐତିହାସିକ ଏହି ପରମ୍ପରାକୁ ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ପ୍ରଶାସନର ପ୍ରସ୍ତୁତି ଆରମ୍ଭ ହୋଇଛି।
 ଜିଲ୍ଲାପାଳ,ସଚିନ ପାୱାର ପ୍ରକାଶ କଳାହାଣ୍ଡି, ଏହା ସୂଚନା ଦେଇଛନ୍ତି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User