ବୋରଗୁଡା ଗାଁମଝିରେ ଆଣ୍ଠୁଏ ପାଣି ଲହୁଡ଼ିଛି ପାଣି ,ଯାତାୟତରେ ଘୋର ଅସୁବିଧା,

Jul 11, 2025 - 08:01
0 26
ବୋରଗୁଡା ଗାଁମଝିରେ ଆଣ୍ଠୁଏ ପାଣି ଲହୁଡ଼ିଛି ପାଣି ,ଯାତାୟତରେ ଘୋର ଅସୁବିଧା,

ଗୋଲାମୁଣ୍ଡା/୧୦/୭/୨୫/( ଷ୍ଟାରନିୟୁଜ ଓଡିଶା )କୋଟି କୋଟି ଟଙ୍କାରେ PWD ରାସ୍ତା ତିଆରି କରା ଯାଇଛି ହେଲେ ବୋରଗୁଡା ଗାଁମଝିରେ ଆଣ୍ଠୁଏ ପାଣି ଜାତାୟତ ରେ ଲୋକେ ନାହି ନ ଥିବା ଅସୁବିଧା ଘଟୁଛି ଓ ଦୁର୍ଘଟଣାର ସମ୍ମୁଖୀନ ହେବାକୁ ମଧ୍ୟ ପଡୁଛି ବୋଲି ଗ୍ରାମ ବାସୀମାନେ ମିଡିଆ ସାମ୍ନାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି, ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୋରଗୁଡା ପଂଚାୟତର ଖୋଦ ବୋରଗୁଡା ଗ୍ରାମର ମଝିରେ ଆଣ୍ଠୁଏ ପାଣି ଜମା ହୋଇଛି, ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ଜାତାୟତ୍ କରୁ ଥିବା ଲୋକେ ଓ ନିକଟରେ ଥିବା ବିଦ୍ୟାଳୟର ଛାତ୍ର ଛାତ୍ରୀ ଏବଂ ଅଙ୍ଗନୱାଡ଼ି କେନ୍ଦ୍ରର ପୁଅ ଝିଅ ମାନେ ଆଣ୍ଠୁଏ ପାଣିରେ ଯିବା ଆସିବା ଦ୍ବାରା ଗୋଡ଼ରେ କୁଣ୍ଡେଇ ହେଉଛି ଓ ଅଧିକାଂଶ ଲୋକେ ସେହି ସ୍ଥାନରେ ଦୁର୍ଘଟଣାରେ ଶିକାର ହୋଇ ଛନ୍ତି ବୋଲି ସ୍ଥାନୀୟ ନାଏବ ସରପଞ୍ଚ ବିଶେଖ କର, ବରୁଣ ବାରିକ, ମହେଶ୍ୱର ମହାନନ୍ଦ, ପୁରୁଷୋତ୍ତମ ମହାନନ୍ଦ ପ୍ରମୁଖ ଜନ କଲ୍ୟାଣ ସାମ୍ବାଦିକ ସଂଘର ସଭାପତି ରାମ କୁମାର ସେନାପତିଙ୍କ ଠାରେ ତାଙ୍କର ପ୍ରତି କ୍ରିୟା ପ୍ରକାଶ କରିଛନ୍ତି, ପ୍ରକାଶ ଥଉକି ଉକ୍ତ କାର୍ଯ୍ୟ (PWD) ବିଭାଗୀୟ ପକ୍ଷରୁ ରାସ୍ତା କାମ ବନ୍ଦାଗାଁ ତ୍ରିଛକ ଠାରୁ  ରେଙ୍ଗସାପାଲି ରୁ କାଲି କର୍ମଠା ଓ ଚେର ଗାଁ ପ୍ରଜ୍ୟାନ୍ତ ପିଚୁ ରାସ୍ତା ନିର୍ମାଣ ହୋଇ ଥିବା ବେଳେ ବୋର ଗୁଡା ଗ୍ରାମର ଲୋକେ ଠିକାଦାର ଓ ଯେଇ, ଙ୍କୁ ଜଣାଇ ଥିଲେ ମଧ୍ୟ ଠିକାଦାର ଓ ନିର୍ବାହୀ ଯନ୍ତ୍ରୀ  ଗ୍ରାମ ବାସୀ ଙ୍କ କଥା କୁ ଶୁଣିଲେ ନାହିଁ ବୋଲି ଅଭିଯୋଗ କରିଛନ୍ତି, ଗ୍ରାମ ବାସୀ ଏ ନେଇ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରି ନାହାନ୍ତି ବୋଲି ବୋରଗୁଡା  ପଂଚାୟତର ନାଏବ ସରପଞ୍ଚ ବିଷେଖ କର, ବରୁଣ ବାରିକ, ମହେଶ୍ୱର ମାଝୀ, ଓ ପୁରସ୍ତମ ମହାରଣା ପ୍ରମୁଖ ଉପସ୍ଥିତ ରହି ପ୍ରତିକ୍ରୀୟାରେ କହି ଥିଲେ ଯେ ,PWD ଏସଡିଓ ଓ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ  ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରା ନ ଯିବ  ତେବେ ଆଗାମୀ ଦିନରେ ତୀବ୍ର ଭାବରେ ଅସନ୍ତୋଷ ଦେଖା ଦେବ ବୋଳି ବିଭାଗୀୟ ଅଧିକାରୀ ମାନଙ୍କୁ ଚେତାବନୀ ଦେଇଛନ୍ତି, ଏ ନେଇ ବିଭାଗୀୟ ଅଧିକାରୀ ଙ୍କୁ ଫୋନକଲ କରି ଥିଲେ ମଧ୍ଯ ଫୋନ ଗ୍ରହଣ କରି ଥିଲେ ନାହି,
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User