ରୁପ୍ରା ରୋଡ୍ ନିକଟରେ ମାଲବାହୀ ଟ୍ରେନ୍ ଧକ୍କାରେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ଧରଣୀପଦର ରେଳ ଫାଟକ ନିକଟରେ ଅଘଟଣ, ମୃତକଙ୍କ ପରିଚୟ ଅସ୍ପଷ୍ଟ
ନର୍ଲା, ୨୯/୦୯ (ଷ୍ଟାରନ୍ୟୁଜ୍ ଓଡ଼ିଶା): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରା ଅଞ୍ଚଳରେ ଏକ ମାଲବାହୀ ଟ୍ରେନ୍ ଧକ୍କାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ରୁପ୍ରା ରୋଡ୍ ରେଳ ଷ୍ଟେସନ ଅଧୀନ ଧରଣୀପଦର ରେଳ ଫାଟକ ନିକଟରେ ଏହି ଦୁଃଖଦ ଘଟଣା ଘଟିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି।
ସୂଚନା ଅନୁଯାୟୀ, ଟିଟିଲାଗଡ଼ରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନ୍ ଧକ୍କାରେ ବ୍ୟକ୍ତି ଜଣକ ପ୍ରାଣ ହରାଇଛନ୍ତି। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ରେଳ ବିଭାଗର କର୍ମଚାରୀଙ୍କ ସମେତ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ।

What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)