ବେଆଇନ ମୋଡିଫାଏଡ୍ ସାଇଲେନ୍ସର ବିରୋଧରେ ଟାଉନ୍ ପୋଲିସର କଡ଼ା ଆକ୍ସନ୍ ୭ଟି ବାଇକ୍ ଜବତ; ୮୦ ହଜାର ଟଙ୍କା ଜରିମାନା — ବିକଟ ଶବ୍ଦ କରୁଥିବା ଯାନ ଚାଳକଙ୍କୁ ଚେତାବନୀ

Oct 01, 2026 - 16:47
0 9
ବେଆଇନ ମୋଡିଫାଏଡ୍ ସାଇଲେନ୍ସର ବିରୋଧରେ ଟାଉନ୍ ପୋଲିସର କଡ଼ା ଆକ୍ସନ୍  ୭ଟି ବାଇକ୍ ଜବତ; ୮୦ ହଜାର ଟଙ୍କା ଜରିମାନା — ବିକଟ ଶବ୍ଦ କରୁଥିବା ଯାନ ଚାଳକଙ୍କୁ ଚେତାବନୀ

ଭବାନୀପାଟଣା, ୧/୧୦ (ସୁଜୟ ନଙ୍ଗଳତି ):ସହରରେ ବେଆଇନ ମୋଡିଫାଏଡ୍ ସାଇଲେନ୍ସର ବ୍ୟବହାର କରି ବିକଟ ଶବ୍ଦ ସୃଷ୍ଟି କରୁଥିବା ଦୁଇଚକିଆ ଯାନ ବିରୋଧରେ ଭବାନୀପାଟଣା ଟାଉନ୍ ଥାନା ପୋଲିସ ପକ୍ଷରୁ କଡ଼ା ଯାଞ୍ଚ ଅଭିଯାନ ଆରମ୍ଭ ହୋଇଛି। ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ଓ ମୋଟର ଯାନ ନିୟମର ପାଳନ ଉପରେ ଗୁରୁତ୍ୱ ଦେଇ ପୋଲିସ ଏହି ସ୍ୱତନ୍ତ୍ର ଚେକିଂ କରିଛି।
ସହରର ବିଭିନ୍ନ ପ୍ରମୁଖ ଛକରେ ପୋଲିସ ଟିମ୍ ଯାନବାହନ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ କମ୍ପାନୀ ପକ୍ଷରୁ ଦିଆଯାଇଥିବା ସାଇଲେନ୍ସର ପରିବର୍ତ୍ତେ ବେଆଇନ ମୋଡିଫାଏଡ୍ ସାଇଲେନ୍ସର ବ୍ୟବହାର କରି ଅତ୍ୟଧିକ ଶବ୍ଦ ସୃଷ୍ଟି କରୁଥିବା ୭ଟି ଦୁଇଚକିଆ ଯାନ ଜବତ କରାଯାଇଛି। ଏଥିରେ ବୁଲେଟ୍ ଓ ସ୍ପୋର୍ଟସ୍ ବାଇକ୍ ମଧ୍ୟ ରହିଥିବା ଜଣାପଡ଼ିଛି।
ଏହାସହ ନିୟମ ଉଲ୍ଲଂଘନ କରିଥିବା ଯାନ ଚାଳକଙ୍କ ବିରୋଧରେ ମୋଟର ଯାନ ଆଇନ ଅନୁଯାୟୀ ଚାଲାଣ କାଟାଯାଇ ମୋଟ ୮୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।
କାନଫଟା ଶବ୍ଦ ଉପରେ ରୋକ୍‌ ପାଇଁ ଚେକିଂ ଜାରି
ବେଆଇନ ସାଇଲେନ୍ସରରୁ ସୃଷ୍ଟି ହେଉଥିବା ଅତ୍ୟଧିକ ଶବ୍ଦ ଯୋଗୁଁ ସହରର ସାଧାରଣ ପରିବେଶ ପ୍ରଭାବିତ ହେବା ସହ ବରିଷ୍ଠ ନାଗରିକ, ରୋଗୀ ଓ ପରୀକ୍ଷାର୍ଥୀମାନେ ସମସ୍ୟାରେ ପଡ଼ିପାରନ୍ତି। ଏହାକୁ ଦୃଷ୍ଟିରେ ରଖି ଏଭଳି ଯାଞ୍ଚ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ପୋଲିସ ପକ୍ଷରୁ ଯାନ ମାଲିକ ଓ ଚାଳକମାନଙ୍କୁ ବେଆଇନ ମୋଡିଫାଏଡ୍ ସାଇଲେନ୍ସର ହଟାଇ କମ୍ପାନୀ ଦ୍ୱାରା ନିର୍ଦ୍ଧାରିତ ସାଇଲେନ୍ସର ବ୍ୟବହାର କରିବାକୁ ସଚେତନ କରାଯାଇଛି। ନିୟମ ଉଲ୍ଲଂଘନ ଜାରି ରହିଲେ ଆଗାମୀ ଦିନରେ ଯାନ ଜବତ ସହ ଆଇନ ଅନୁଯାୟୀ ଅଧିକ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ପୋଲିସ ସ୍ପଷ୍ଟ କରିଛି।
ଟାଉନ୍ ଥାନା ପୋଲିସର ଏହି ଯାଞ୍ଚ ଅଭିଯାନକୁ ସହରର ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି। ବିଶେଷକରି ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ ଏଭଳି ଯାଞ୍ଚ ନିୟମିତ ଭାବେ ଜାରି ରହିବା ଆବଶ୍ୟକ ବୋଲି ସ୍ଥାନୀୟ ଲୋକମାନେ ମତ ଦେଇଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User