କଳାହାଣ୍ଡି ମହିଳା କଂଗ୍ରେସର ପୂର୍ଣ୍ଣାଙ୍ଗ କମିଟି ଘୋଷଣା

Oct 01, 2026 - 16:49
0 11
କଳାହାଣ୍ଡି ମହିଳା କଂଗ୍ରେସର ପୂର୍ଣ୍ଣାଙ୍ଗ କମିଟି ଘୋଷଣା

ଅଭିଜ୍ଞତା ସହ ଯୁବ ନେତୃତ୍ୱକୁ ଗୁରୁତ୍ୱ; ବ୍ଲକ୍‌ ଓ ଏନଏସି ସଭାପତିଙ୍କ ନାମ ମଧ୍ୟ ପ୍ରକାଶ
କେସିଙ୍ଗା, ୧/୧୦ ( ଷ୍ଟାରନିୟୁଜ ଓଡିଶା ): କଳାହାଣ୍ଡି ଜିଲ୍ଲା ମହିଳା କଂଗ୍ରେସର ସାଙ୍ଗଠନିକ ଢାଞ୍ଚାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ପୂର୍ଣ୍ଣାଙ୍ଗ ଜିଲ୍ଲା କମିଟି ଘୋଷଣା କରାଯାଇଛି। ରାଷ୍ଟ୍ରୀୟ ମହିଳା କଂଗ୍ରେସ ସଭାପତି ଅଲକା ଲାମ୍ବାଙ୍କ ଅନୁମୋଦନକ୍ରମେ ପ୍ରଦେଶ ମହିଳା କଂଗ୍ରେସ ସଭାପତି ମିନାକ୍ଷୀ ବାହିନୀପତି ଏହି କମିଟି ଘୋଷଣା କରିଛନ୍ତି।
ଗତ ଜୁନ୍‌ ମାସରେ ପ୍ରଗତି ନାୟକଙ୍କୁ କଳାହାଣ୍ଡି ଜିଲ୍ଲା ମହିଳା କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ଦିଆଯାଇଥିଲା। ଏବେ ଜିଲ୍ଲାର ବିଭିନ୍ନ ପଦବୀ ପାଇଁ କର୍ମକର୍ତ୍ତାଙ୍କ ନାମ ଘୋଷଣା ସହ କମିଟିକୁ ପୂର୍ଣ୍ଣାଙ୍ଗ ରୂପ ଦିଆଯାଇଛି।
ଜିଲ୍ଲା କମିଟିର ଉପସଭାପତି ଭାବେ ଯଶୋଦା ନାଗ, ରୁକ୍ମଣୀ ପାଣିଗ୍ରାହୀ, ବାସନ୍ତୀ ବାଗ, ପଦ୍ମିନୀ ଯୋଶୀ ଓ ସୌଭାଗ୍ୟ ମଲ୍ଲିକଙ୍କୁ ଦାୟିତ୍ୱ ମିଳିଛି। ସେହିପରି ସାଧାରଣ ସମ୍ପାଦକ ଭାବେ ସୁଲୋଚନା ବିଶି, ପୁଷ୍ପାଞ୍ଜଳି ସରାଫ, ରତ୍ନମାଳା ମାଝୀ, ରଶ୍ମିତା ତାଣ୍ଡି ଓ ବିଳାସିନୀ ନାଗଙ୍କ ନାମ ଘୋଷଣା ହୋଇଛି।
କୋଷାଧ୍ୟକ୍ଷ ଭାବେ ରାଜକୁମାରୀ ସରାଫଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ସମ୍ପାଦିକା ଭାବେ ନିମନ୍ନା ଭୋଇ, ଲକ୍ଷ୍ମୀପ୍ରିୟା ନାଏକ, ଅଞ୍ଜଳି ଗଉଡ଼, ରୁକ୍ମଣୀ ଶବର, ବାସନ୍ତୀ ରାଉତ, ନିରୁପମା ତାଣ୍ଡି, ଗୌରୀ ମାଝୀ, ମମତା ମାଝୀ, ସୀତାଞ୍ଜଳି ବାଗ, ଅଙ୍କିତା ବାଗ, ସୁଭଦ୍ରା ଛତ୍ରିଆ, ସାବିତ୍ରୀ ମାଝୀ, ଯଶୋବନ୍ତି କେତକୀ, କବିତା ଛତ୍ରିଆ ଓ ଅହଲ୍ୟା ମାଝୀଙ୍କୁ ସାମିଲ କରାଯାଇଛି।
ବ୍ଲକ୍‌ ଓ ଏନଏସି ସ୍ତରରେ ମଧ୍ୟ ନୂଆ ଦାୟିତ୍ୱ
ମହିଳା କଂଗ୍ରେସର ସାଙ୍ଗଠନିକ ଭିତ୍ତିକୁ ତୃଣମୂଳ ସ୍ତରରେ ମଜବୁତ କରିବା ପାଇଁ ଜିଲ୍ଲାର ବିଭିନ୍ନ ବ୍ଲକ୍‌ ଓ ଏନଏସି ସଭାପତିଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି।
ଭବାନୀପାଟଣା ମ୍ୟୁନିସିପାଲିଟି ପାଇଁ କୁମୁଦିନୀ ନାଏକ, ଧର୍ମଗଡ଼ ବ୍ଲକ୍‌ ପାଇଁ ପୂର୍ଣ୍ଣମୀ ନାଏକ, କର୍ଲାମୁଣ୍ଡା ପାଇଁ ଧର୍ମେନ୍ଦ୍ରି ସାହୁ, ଲାଞ୍ଜିଗଡ଼ ପାଇଁ ଶାନ୍ତି ହରିଜନ, କେସିଙ୍ଗା ବ୍ଲକ୍‌ ପାଇଁ ପଦ୍ମିନୀ ମାଝୀ, ମ.ରାମପୁର ପାଇଁ ମହିମା ବାଗ, ଜୁନାଗଡ଼ ପାଇଁ ସସ୍ମିତା ନାଏକ, ଗୋଲାମୁଣ୍ଡା ପାଇଁ ପ୍ରତିମା ସାଗର, ଜୟପାଟଣା ପାଇଁ ବାସନ୍ତୀ ମାଝୀ, ଥୁଆମୂଳ ରାମପୁର ପାଇଁ ରାଜକୁମାରୀ ଧଙ୍ଗଡ଼ାମାଝି, ନର୍ଲା ପାଇଁ ସରୋଜିନୀ ପାତ୍ର, କୋକସରା ପାଇଁ ଫୁଲଲତା ଖମାରୀ, କଳମପୁର ପାଇଁ ଦିତ୍ମୀୟା ମାଝୀ ଏବଂ ଭବାନୀପାଟଣା ବ୍ଲକ୍‌ ପାଇଁ ଯଜ୍ଞସେନୀ ପାତ୍ରଙ୍କୁ ଦାୟିତ୍ୱ ମିଳିଛି।
ଏନଏସି ସ୍ତରରେ କେସିଙ୍ଗା ପାଇଁ ଚନ୍ଦ୍ରକାନ୍ତି ନାଏକ, ଧର୍ମଗଡ଼ ପାଇଁ ତରଣୀ ମଙ୍ଗରାଜ ଏବଂ ଜୁନାଗଡ଼ ପାଇଁ ଗୌତମୀ କ୍ଷିତିଙ୍କ ନାମ ଘୋଷଣା କରାଯାଇଛି।
କାର୍ଯ୍ୟକାରୀ ସଦସ୍ୟ ଓ ଉପଦେଷ୍ଟାଙ୍କୁ ମଧ୍ୟ ଦାୟିତ୍ୱ
କାର୍ଯ୍ୟକାରୀ ସଭ୍ୟା ଭାବେ ମର୍ଜିନା ପ୍ରଧାନ, ରଶ୍ମିରେଖା ରାଉତ, ମହେନ୍ଦ୍ର ସାହୁ, ପୁଷ୍ପଲତା ବିହାରୀ, ମିଥୁଲା ନାଏକ, ମାଧୁରୀ ଦୁର୍ଗା, ଶାନ୍ତି ହରିଜନ, ଫୁଲତଳା ଖୁରମାନୀ ଓ ମାଧୁରୀ ନିଆଲଙ୍କୁ ସ୍ଥାନ ମିଳିଛି।
ସେହିପରି ଉପଦେଷ୍ଟା ଭାବେ ଦ୍ରୌପଦୀ ମାଝୀ, ଜ୍ୟୋତ୍ସ୍ନାମୟୀ ବଗର୍ତ୍ତୀ, ସୁକାନ୍ଧୀ ସରାଫ, ମାଣିକ୍ୟ ସୁନା ଓ ମୋତି କୈବର୍ଷଙ୍କୁ କମିଟିରେ ସାମିଲ କରାଯାଇଛି।
ନୂତନ କମିଟିରେ ଅଭିଜ୍ଞ ନେତୃତ୍ୱ ସହ ଯୁବ ବର୍ଗକୁ ମଧ୍ୟ ସ୍ଥାନ ଦିଆଯାଇଥିବାରୁ ଜିଲ୍ଲା ମହିଳା କଂଗ୍ରେସର ସାଙ୍ଗଠନିକ କାର୍ଯ୍ୟକଳାପ ତୃଣମୂଳ ସ୍ତରରେ ଆହୁରି ବ୍ୟାପକ ହେବ ବୋଲି ଦଳ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User