ସ୍ୱର୍ଗତ ମହମ୍ମଦ ରଫି ସଙ୍ଗୀତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ

Aug 01, 2025 - 17:20
0 29
ସ୍ୱର୍ଗତ ମହମ୍ମଦ ରଫି ସଙ୍ଗୀତ ଶ୍ରଦ୍ଧାଞ୍ଜଳି  କାର୍ଯ୍ୟକ୍ରମ

କେସିଙ୍ଗା,ତା ୦୧।୦୮ (ଷ୍ଟାର  ନିୟୁଜ ଓଡିଶା)ଭବାନୀପାଟଣା, ପ୍ରଖ୍ୟାତ କଣ୍ଠଶିଳ୍ପୀ ସ୍ୱର୍ଗତ ମହମ୍ମଦ ରଫିଙ୍କ ପୁଣ୍ୟତିଥି ଅବସରରେ ସ୍ଥାନୀୟ କଳାହାଣ୍ଡି ଲେଖକ କଳା ପରିଷଦ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ଏକ ସଙ୍ଗୀତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନୁଷ୍ଠାନର ସଭାପତି ଉମେଶ ଚନ୍ଦ୍ର ପଣ୍ଡା ଏବଂ ଗୁରୁ ସୁଧୀର ଚନ୍ଦ୍ର ପଣ୍ଡା ସ୍ୱର୍ଗତ ରଫିଙ୍କ ଫଟୋଚିତ୍ରରେ ପୁଷ୍ପ ଓ ଧୂପ ପ୍ରଦାନ ପରେ ସୁଧୀର ଚନ୍ଦ୍ର ପଣ୍ଡା ରଫିଙ୍କ ସଙ୍ଗୀତ ସାଧନା ଉପରେ ସମ୍ୟକ୍ ସୂଚନା ଦେଇଥିଲେ। ଏହି ସଙ୍ଗୀତ କାର୍ଯ୍ୟକ୍ରମରେ ସ୍ୱର୍ଗତ ରଫିଙ୍କ ଗୀତ ଗୁଡ଼ିକୁ ଶ୍ରୀମତୀ ସସ୍ମିତା ମହାନ୍ତି, ଶ୍ରୀମତୀ ସସ୍ମିତା ରଥ, ଶ୍ରୀମତୀ ନମିତା ମିଶ୍ର, କୁମାରୀ ଲିପ୍ସା ମହାରଣା, ସମୀର କୁମାର ସାହୁ, ତାପସ ପଟେଲ, ଚକ୍ରଧର ମହାରଣା, ମିଟୁ ଦାସ ଏବଂ ରାହୁଲ ମିଶ୍ର ପ୍ରମୁଖ ଗାନ କରିଥିଲେ। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମ୍ପାଦକ ଭବନାଥ ରାୟଗୁରୁ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ବିଶିଷ୍ଟ କଳାକାର ମନୋଜ କୁମାର ଶର୍ମା ମଞ୍ଚ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଗୋପାଳ ଚନ୍ଦ୍ର ସାହୁ, ଭାଗିରଥି ବେହେରା, ନରେନ୍ଦ୍ର ପଣ୍ଡା, ଚିତ୍ତ ରଞ୍ଜନ ପଣ୍ଡା, ସୌରଭ ମହାପାତ୍ର ଓ ରାମ ପ୍ରସାଦ ପ୍ରମୁଖ ସହଯୋଗ କରିଥିଲେ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User