ହ୍ରାସ ପାଇଛି କାଜୁ ମଞ୍ଜି ଉତ୍ପାଦନ। ଅଭାବି ବିକ୍ରିକୁ ନେଇ ଚିନ୍ତାରେ ଚାଷୀ |

Apr 22, 2025 - 12:31
0 41
ହ୍ରାସ ପାଇଛି କାଜୁ ମଞ୍ଜି ଉତ୍ପାଦନ। ଅଭାବି ବିକ୍ରିକୁ ନେଇ ଚିନ୍ତାରେ ଚାଷୀ |

ଝରିଗାଁ୨୨l୪( ଷ୍ଟାର ନିୟୁଜ ଓଡ଼ିଶା): ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକ ଏକ ଅଦ୍ୟୁଷିତ ଆଦିବାସୀ ଅଂଚଳ ହୋଇଥିବା ବେଳେ ଏଠିକାର ୯୦ ପ୍ରତିଶତ ଅଞ୍ଚଳବାସୀ ଚାଷ ଉପରେ ନିର୍ଭର କରି ଜୀବନ ନିର୍ବାହ କରିଥାନ୍ତି |ଝରିଗାଁ ଅଞ୍ଚଳ ବନ ପାହାଡ଼ ଘେରା ଅଞ୍ଚଳ ହୋଇଥିବାରୁ ଏଠିକାର ଅଧିବାସୀ ଧାନ, ମାଣ୍ଡିଆ, ଚାଷ ବ୍ୟତୀତ ମହୁଲ, ତେନ୍ତୁଳି, ସର୍ଗିଫୁଲ, ଆଦି ସଂଗ୍ରହ କରି ଦୁଇ ପଇସା ରୋଜଗାର କରିଥାନ୍ତି |ଏତଦ ବ୍ୟତୀତ କାଜୁ କାଜୁ ଫସଲ ମଧ୍ୟ ଏଠିକାର ପ୍ରମୁଖ ଅର୍ଥକାରୀ ଫସଲ |କାଜୁଚାଷ ରେ ଚାଷୀ ପ୍ରତିବର୍ଷ ବେସ ଦୁଇ ପଇସା ଉପାର୍ଜନ କରିଥାନ୍ତି |ଝରିଗାଁ ବ୍ଲକର ଚଚା, ଫୁଫୁଗାଁ, ପାଳିଆ, ଇଛାପୁର, ଭାଲୁକନାଡି, ବଣୁଆଗୁଡା, ଚିତାବେଡା, ବେଳଗାଁ, ରତାଖଣ୍ଡିଗୁଡା, ବଡଟେମରା ଆଦି ପଂଚାୟତ ମାନଙ୍କରେ ପ୍ରାୟ କାଜୁ ବଗିଚା ସବୁ ରହିଛି |ବ୍ଲକରେ ପ୍ରାୟ୨୦୦ ହେକ୍ଟରରୁ ଅଧିକ କାଜୁବାଡ଼ି ରହିଛି ଓ ଏଠିକାର ୩୦ ପ୍ରତିଶତ ଚାଷୀ କାଜୁଚାଷରୁ ଅଧିକ ଲାଭବାନ ହୋଇଥାନ୍ତି |ଚଳିତ ବର୍ଷର ଅଦିନିଆ ବର୍ଷା ସାଙ୍ଗକୁ କୁଆ ପଥର ମାଡ଼ ଚାଷୀଙ୍କୁ ଚିନ୍ତାଗ୍ରସ୍ତ କରିଦେଇଛି |ଗଛରେ ଫୁଲ ଆସିବା ଠାରୁ ଆରମ୍ଭ କରି ଫଳ ଧରିବା ପର୍ଯ୍ୟନ୍ତ ଅଦିନିଆ ବର୍ଷାର ପ୍ରକୋପ ରହିଥିବାରୁ ବର୍ତମାନ ଚାଷୀ ଚିନ୍ତାରେ |ବର୍ଷା ଓ କୁଆ ପଥର ମାଡ଼ରେ ଗଛରୁ କଷି ଫଳ ସବୁ ଗଛମୂଳେ ଝଡି ପଡୁଛି। ଚାଷୀ ଯେଉଁ ମଞ୍ଜି ସଂଗ୍ରହ କରୁଛି ତାହା ମଧ୍ୟ ଅତି କମ ମୂଲ୍ୟରେ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି |ଯାହା ଫଳରେ ସ୍ଥାନୀୟ ବେପାରୀ ସେମାନଙ୍କୁ ସୁହାଇଲା ଭଳି ଦରରେ କାଜୁ କ୍ରୟ କରୁଥିବା କହିଛନ୍ତି କାଜୁ ଚାଷୀ | କାଜୁ ବିକ୍ରୀ ପାଇଁ କିଛି ଗୋଟେ ପଦକ୍ଷେପ ନିଆଯାଆନ୍ତା ତେବେ ଚାଷୀ ତାର ଉଚିତ ମୂଲ୍ୟ ପାଇପାରନ୍ତା ବୋଲି ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ମନରଞ୍ଜନ ବିଶ୍ୱାସ, ସାହେବ ସିଂ ଦୁର୍ଗା, କେଶବ ଭତରା, ଦଶରଥ ଗୌଡ଼, ଶବନ ଗୌଡ଼, ଉଦବ ଭତରା, ମନ ଗୌଡ଼, ବିଶ୍ୱନାଥ ଗଣ୍ଡ, ଦେବିସିଂ ଯାନୀ ପ୍ରମୁଖ ପ୍ରକାଶ କରିଛନ୍ତି |ବ୍ଲକର ବିଭିନ୍ନ ଅଂଚଳରେ ରହୁଥିବା ଚାଷୀଭାଇ ମାନଙ୍କ ମଧ୍ୟରେ କାହାର ଏକ ଏକର ରୁ ଦୁଇ ଏକର କାଜୁ ବଗିଚା ରହିଥିବା ବେଳେ ଆଉ କେତେଜଣ ଚାଷୀଙ୍କ 4ରୁ 5ଏକର କାଜୁ ବଗିଚା ରହିଥିବା କହିଛନ୍ତି ଚାଷୀଭାଇ |ଝରିଗାଁ ଅଞ୍ଚଳରେ କାଜୁ ଫେକ୍ଟ୍ରି କିମ୍ବା କାଜୁ ବିକ୍ରୟ ନିମନ୍ତେ କୌଣସି ମାଧ୍ୟମ ନଥିବାରୁ ସବୁବେଳେ ଅଭାବି ବିକ୍ରୀର ଶିକାର ହୋଇ ଆସୁଛନ୍ତି ଚାଷୀ |ବ୍ଲକ କୃଷି ଅଧିକାରୀ ଗଜାନନ ସାହୁଙ୍କ ସୂଚନା ପ୍ରକାରେ ଝରିଗାଁ ବ୍ଲକର ବିଭିନ୍ନ ଅଞ୍ଚଳରେ ପ୍ରାୟ ୨୦୦ ହେକ୍ଟରରୁ ଉର୍ଦ୍ଧ କାଜୁ ବଗିଚା ରହିଛି | ସୂଚନା ପ୍ରକାରେ ଚଳିତ ବର୍ଷ କାଳ ବୈଶାଖୀ ପ୍ରଭାବରେ ଉତ୍ପାଦନ ୬୦ ପ୍ରତିଶତ ହ୍ରାସ ପାଇଥିବା ଏବଂ ବଡ଼ ପରିମାଣରେ କାଜୁ ଚାଷୀ ଆର୍ଥିକ କ୍ଷତି ହୋଇଥିବା ଅନୁମାନ କରାଯାଉଛି। ଖୁଚୁରା କାଜୁ ବେପାରୀମାନେ ଗାଁ କୁ ଗାଁ ବୁଲି କାଜୁ ଚାଷୀ ଠାରୁ କିଲୋ ପ୍ରତି ୧୩୦ ଟଙ୍କାରୁ ୧୪୦ ଟଙ୍କାରେ କିଣୁଥିବା ଦେଖିବାକୁ ମିଳିଛି | ଚଳିତ ବର୍ଷ କାଜୁ ର ଗୁଣବତ୍ତା ଦେଖି କିଲୋ ପିଛା ମୂଲ୍ୟ ୧୩୦ ଟଙ୍କା ରୁ ୧୫୦ ଟଙ୍କା ରହିଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User