ଆବାସ ଯୋଜନାରୁ ବଞ୍ଚିତ ନବାଦ ନାଏକଙ୍କ ପରିବାର ଗୋଟିଏ ଛାତ ତଳେ ୧୩ ଜଣ

Jun 18, 2025 - 19:39
0 24

ଥୁଆମୂଳରାମପୁର : ୧୮/୦୬(ଷ୍ଟାରନିୟୁଜ ଓଡିଶା) କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଅନେକ ଯୋଜନା ପ୍ରସ୍ତୁତ କରିଥିବା ବେଳେ ସେଥି ମଧ୍ୟରୁ ଆବାସ ଯୋଜନା ଏକ ସ୍ବତନ୍ତ୍ର। ସରକାରଙ୍କ ଘୋଷଣା କରିଛନ୍ତି, ସେହି ଅନୁସାରେ କହାଯାଇଛି ଯେ ପ୍ରତ୍ଯେକ  ଗରିବ ଯୋଗ୍ଯ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରି ସମସ୍ତ ଲୋକଙ୍କୁ ଛାତ ଘର ଯୋଗାଇ ଦିଆଯିବ।ଏନେଇ ଏହାକୁ କାର୍ଯ୍ୟକାରୀ କରିବା ପାଇଁ କୁହାଯାଇଛି। ଏବେ ଏକ ପ୍ରହସନ ପାଲଟି ଥିବା ଏଠାରେ ଦେଖିବାକୁ ମିଳିଛି।ଏ ହେଉଛି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବରେ ପରିଚିତ ଥୁଆମୁଳ ରାମପୁର ବ୍ଳକର ବଡଛତରଂଗ ଗ୍ରାମପଞ୍ଚାୟତ ମୁଖ୍ଯାଳୟ  ସ୍ଥିତ ପଦର ପଡାର ଜନୈକ ବ୍ଯକ୍ତି ହେଲେ ନବାଦ ନାଏକ ଓ  ସ୍ତ୍ରୀ  ତାଙ୍କର ବଡ ପୁଅଙ୍କ ପରିବାର କହିଲେ ନିଳାମ୍ବର ନାଏକ ସ୍ତ୍ରୀ ଦୁଶିଳା ନାଏକ ପୁଅଝିଅ ୨ ଜଣ, ସାନପୁଅ ସୟଂବର ନାଏକ ସ୍ତ୍ରୀ  ଝରଣା ନାଏକ ପୁଅଝିଅ ୩ ଜଣ, ଅଜମ୍ବର ନାଏକ ସ୍ତ୍ରୀ ସପ୍ନା ନାଏକ ଓ ପୁଅ  ଗୋଟିଏ ଏହା ତଳକୁ ଆଉ ଦୁଇ ପୁଅ ଟିକେଶ୍ବର ନାଏକ ଓ   ବାବୁଲା ନାଏକ ଏମାନେ ହେଲେ ୧୩ ଜଣ ଲୋକ ମାତ୍ର ଗୋଟିଏ ଘରେ ବହୁତ ଅସୁବିଧାର ବସବାସ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ନବାଦ ନାଏକ  ଘର ଖଣ୍ତେ ପାଇବା ଆଶାନେଇ ବ୍ଳକ କାର୍ଯ୍ଯାଳୟ ଠାରୁ ଆରମ୍ଭ କରି ଗ୍ରାମପଞ୍ଚାୟତରେ ବାରମ୍ବାର ଜଣାଇ ଆସୁଥିବା ସତ୍ବେ ଫଳ ଶୂନ ରହିଛି ବୋଲି ପ୍ରକାଶ କରିଥିବା ଜଣାପଡ଼ିଛି। ତେବେ ଯୋଗ୍ଯ ଗରିବ ହିତାଧିକାରୀଙ୍କୁ ଆବାସ ଯୋଜନା ପ୍ରହସନ ପାଲଟିଛି ବୋଲି ଆଲୋଚନା ହେଉଛି। ସେହିପରି ଉକ୍ତ ଗ୍ରାମର ମେଘନାଦ ନାଏକଙ୍କ  ସମାନ ଅବସ୍ଥା ମେଘନାଦ ନାଏକଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ ଓ ପୁଅଝିଅ ୩ ଜଣ ଏମାନେ ମିଶି ୫ ଜଣ ଏକ ମାଟି ଘର ଛାତ ତଳେ ବସବାସ କରୁଥିବା ଜଣାପଡିଛି। ମେଘନାଦ ନାଏକ ମଧ୍ୟ ଘର ଖଣ୍ତିଏ ପାଇବା ପାଇଁ କେତେ ଆଶାରେ ବ୍ଳକ ଓ ଗ୍ରାମପଞ୍ଚାୟତରେ ଜଣାଇ ଆସୁଛନ୍ତି ହେଲେ ଆବାସ ଯୋଜନା ଏମାନଙ୍କ ପାଇଁ ପ୍ରହସନ ପାଲଟିଛି ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି। ତେବେ ଆବାସ ଯୋଜନାରେ ଏମାନଙ୍କୁ ସାମିଲ କରିବା ପାଇଁ ଆଉ କେତେ ବର୍ଷ ଲାଗିବ ବୋଲି ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି   କରୁଛି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ  ଚରଣ ସ୍ଵାଇଁ ଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User