ଏମ୍‌ଏସ୍‌ ମେଡାକ୍ସ ହସ୍ପିଟାଲରେ ଦେଶଭକ୍ତିର ଭାବନାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

Aug 15, 2026 - 20:29
0 5
ଏମ୍‌ଏସ୍‌ ମେଡାକ୍ସ ହସ୍ପିଟାଲରେ ଦେଶଭକ୍ତିର ଭାବନାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ଭବାନୀପାଟଣା, ୧୫/୮ (ଷ୍ଟାରନିୟୁଜ ଓଡ଼ିଶା):

ଦେଶଭକ୍ତି, ଉତ୍ସାହ ଓ ଜାତୀୟତାର ଭାବନା ମଧ୍ୟରେ ଭବାନୀପାଟଣାସ୍ଥିତ ଏମ୍‌ଏସ୍‌ ମେଡାକ୍ସ ହସ୍ପିଟାଲ ପରିସରରେ ୮୦ତମ ସ୍ୱାଧୀନତା ଦିବସ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି। ହସ୍ପିଟାଲର ମ୍ୟାନେଜିଂ ଡାଇରେକ୍ଟର ତଥା ବିଶିଷ୍ଟ ଗ୍ୟାଷ୍ଟ୍ରୋ ଓ ଲାପାରୋସ୍କୋପିକ୍ ସର୍ଜନ ଡା. ପ୍ରଦୀପ ପାଣିଗ୍ରାହୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ।
ପତାକା ଉତ୍ତୋଳନ ପରେ ଜାତୀୟ ସଙ୍ଗୀତ ଗାନ କରାଯିବା ସହ ସ୍ୱାଧୀନତା ସଂଗ୍ରାମୀ ଓ ଦେଶର ବୀର ସହିଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଦେଶର ସ୍ୱାଧୀନତା ପାଇଁ ସେମାନଙ୍କ ଅମୂଲ୍ୟ ତ୍ୟାଗ ଓ ବଳିଦାନକୁ ଉପସ୍ଥିତ ସମସ୍ତେ ସ୍ମରଣ କରିଥିଲେ।
କାର୍ଯ୍ୟକ୍ରମକୁ ସୁନନ୍ଦା ପରିଚାଳନା କରିଥିବା ବେଳେ ହସ୍ପିଟାଲର ମାର୍କେଟିଂ ମ୍ୟାନେଜର ମୋହନ ପଟେଲଙ୍କ ସମେତ ଡାକ୍ତର, ନର୍ସ, ବିଭିନ୍ନ ବିଭାଗର କର୍ମଚାରୀ ଓ ହସ୍ପିଟାଲ ପରିବାରର ସଦସ୍ୟମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ଡା. ପ୍ରଦୀପ ପାଣିଗ୍ରାହୀ କହିଥିଲେ ଯେ, ଦେଶର ସାମଗ୍ରିକ ବିକାଶ ସହ ଏକ ସୁସ୍ଥ ଓ ସଶକ୍ତ ସମାଜ ଗଠନରେ ସ୍ୱାସ୍ଥ୍ୟସେବାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସମାଜର ପ୍ରତ୍ୟେକ ବର୍ଗଙ୍କୁ ଉତ୍ତମ ଓ ସୁଲଭ ସ୍ୱାସ୍ଥ୍ୟସେବା ଯୋଗାଇ ଏକ ସୁସ୍ଥ ଭାରତ ଗଠନ ଦିଗରେ ଏମ୍‌ଏସ୍‌ ମେଡାକ୍ସ ହସ୍ପିଟାଲ ନିଜର ଦାୟିତ୍ୱ ଜାରି ରଖିବ ବୋଲି ସେ ପ୍ରକାଶ କରିଥିଲେ।
ସ୍ୱାଧୀନତା ଦିବସ ଅବସରରେ ହସ୍ପିଟାଲ ପକ୍ଷରୁ “ସୁସ୍ଥ ସମାଜ, ସଶକ୍ତ ଭାରତ” ଗଠନର ସଂକଳ୍ପ ନିଆଯାଇଥିଲା।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି
ବିଷ୍ଣୁ ଚରଣ ସ୍ୱାଇଁଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User