କେସିଙ୍ଗା ରେ ମଶl ର ପ୍ରକୋପ ବୃଦ୍ଧି, ଏନ.ଏ.ସି.ର ତୁରନ୍ତ ହସ୍ତକ୍ଷେପ ଦାବି
କେସିଙ୍ଗା, ୪l୮(ଷ୍ଟାରନ୍ୟୁଜ ଓଡ଼ିଶା):କେସିଙ୍ଗା ସହରରେ ଗତ କିଛି ଦିନ ଧରି ମଶାର ଉପଦ୍ରବ ଅସ୍ୱାଭାବିକ ଭାବେ ବଢ଼ିଥିବାରୁ ସାଧାରଣ ଜନଜୀବନ ପ୍ରଭାବିତ ହେଉଛି। ବିଶେଷକରି ସନ୍ଧ୍ୟା ସମୟରେ ମଶାର ପ୍ରକୋପ ଅଧିକ ଥିବାରୁ ଲୋକମାନେ ଘର ବାହାରେ ରହିବାକୁ ଅସୁବିଧା ଅନୁଭବ କରୁଛନ୍ତି। ଏହା ସହ ଡେଙ୍ଗୁ, ମ୍ୟାଲେରିଆ ଓ ଚିକୁନଗୁନିଆ ପରି ମଶାବାହିତ ରୋଗ ବ୍ୟାପିବାର ଆଶଙ୍କା ମଧ୍ୟ ବଢ଼ିଛି।
ସହରର ବିଭିନ୍ନ ୱାର୍ଡରେ ନାଳନର୍ଦ୍ଦମାରେ ପାଣି ଜମି ରହିବା ଓ ପରିମଳ ବ୍ୟବସ୍ଥାର ଅଭାବ ମଶା ବଂଶବୃଦ୍ଧିର ଅନ୍ୟତମ କାରଣ ବୋଲି ସ୍ଥାନୀୟ ବାସିନ୍ଦାମାନେ ମତ ପ୍ରକାଶ କରିଛନ୍ତି।
ଏହି ପରିସ୍ଥିତିକୁ ଗୁରୁତ୍ୱର ସହ ନେଇ କେସିଙ୍ଗା ଏନ୍.ଏ.ସି. ପକ୍ଷରୁ ତୁରନ୍ତ ସମସ୍ତ ୱାର୍ଡରେ ବ୍ଲିଚିଂ ପାଉଡର ପକାଇବା, ଧୂଆଁ ସ୍ପ୍ରେ କରିବା, ଫଗିଂ ବ୍ୟବସ୍ଥା କରିବା ସହ ସଫେଇ ଅଭିଯାନକୁ ଜୋରଦାର କରାଯାଉ ବୋଲି ସହରର ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ଦାବି ଉଠିଛି।
ଜନସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏନ୍.ଏ.ସି. ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କଲେ ସମ୍ଭାବ୍ୟ ରୋଗ ସଂକ୍ରମଣକୁ ରୋକିବା ସହ ସହରବାସୀଙ୍କୁ ବହୁତ ମାତ୍ରାରେ ଆଶ୍ୱସ୍ତ କରିପାରିବ ବୋଲି ସ୍ଥାନୀୟ ମହଲରେ ମତ ପ୍ରକାଶ ପାଉଛି।
— ଷ୍ଟାରନ୍ୟୁଜ ଓଡ଼ିଶା, କେସିଙ୍ଗା
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)