ଜଗନ୍ନାଥ ମନ୍ଦିର ନିକଟ ଟ୍ରାଫିକ ରାସ୍ତାରେ ବଡ଼ ଗର୍ତ୍ତ, ଦୁର୍ଘଟଣା ଆଶଙ୍କା ଏନ୍‌ଏସି ପ୍ରଶାସନର ଦୃଷ୍ଟି ଆକର୍ଷଣ, ତୁରନ୍ତ ମରାମତି ପାଇଁ ଦାବି

Nov 04, 2026 - 16:59
0 41
ଜଗନ୍ନାଥ ମନ୍ଦିର ନିକଟ ଟ୍ରାଫିକ ରାସ୍ତାରେ ବଡ଼ ଗର୍ତ୍ତ, ଦୁର୍ଘଟଣା ଆଶଙ୍କା ଏନ୍‌ଏସି ପ୍ରଶାସନର ଦୃଷ୍ଟି ଆକର୍ଷଣ, ତୁରନ୍ତ ମରାମତି ପାଇଁ ଦାବି

କେସିଙ୍ଗା, ୦୪/୧୧ (ଷ୍ଟାରନିୟୁଜ ଓଡ଼ିଶା): କେସିଙ୍ଗା ସହରର ଏନ୍‌ଏଚ୍‌-୫୬ ସଂଲଗ୍ନ ଜଗନ୍ନାଥ ମନ୍ଦିର ନିକଟସ୍ଥ ଚାରିଛକରୁ ଟିଟିଲାଗଡ଼ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାରେ ଏକ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିବାରୁ ଯାତାୟାତ ବିପଦପୂର୍ଣ୍ଣ ହୋଇପଡ଼ିଛି।
ବିଶେଷକରି ଦୁଇଚକିଆ ଯାନ ଚାଳକ ଓ ଅନ୍ୟାନ୍ୟ ଯାନବାହନ ଚାଳକମାନେ ଏହି ଗର୍ତ୍ତ ଯୋଗୁଁ ଦୁର୍ଘଟଣାର ଶିକାର ହେବାର ଆଶଙ୍କା ରହିଛି। ଦିନକୁ ଦିନ ଏହି ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କ ପାଇଁ ବିପଦ ବଢ଼ିବାରେ ଲାଗିଛି।
ଏଭଳି ଏକ ଜନସାଧାରଣଙ୍କ ସୁରକ୍ଷା ସହ ଜଡ଼ିତ ସମସ୍ୟା ପ୍ରତି କେସିଙ୍ଗା ଏନ୍‌ଏସି ପ୍ରଶାସନର ଦୃଷ୍ଟି ପଡ଼ିଛି କି ନାହିଁ, ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କୌଣସି ବଡ଼ ଅଘଟଣ ଘଟିବା ପୂର୍ବରୁ ସମ୍ପୃକ୍ତ ବିଭାଗ ଓ ଏନ୍‌ଏସି ପ୍ରଶାସନ ତୁରନ୍ତ ଏହି ଗର୍ତ୍ତର ମରାମତି କରିବା ସହ ରାସ୍ତାକୁ ଯାତାୟାତ ଉପଯୋଗୀ କରିବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି।
ଲୋକଙ୍କ ସୁରକ୍ଷାକୁ ଅଣଦେଖା ନକରି ପ୍ରଶାସନ ଶୀଘ୍ର ପଦକ୍ଷେପ ନେବା ଆବଶ୍ୟକ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User